ସନ୍ଧ୍ୟା ସାଢେ 5ଟା ପରେ କ୍ୟାମ୍ପସରେ ମହିଳାଙ୍କ ରହିବା ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପ୍ରତ୍ୟାହୃତ କଲା ରେଭେନ୍ସା ୟୁନିଭର୍ସିଟି
ଭୁବନେଶ୍ୱର, 18 ଜୁଲାଇ (ହି.ସ.) -ରେଭେନ୍ସା ୟୁନିଭର୍ସିଟି ମହିଳା ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ସନ୍ଧ୍ୟା 5:30ଟା ପରେ କ୍ୟାମ୍ପସରେ ରହିବାକୁ ନିଷେଧ କରିଥିବା ଆଦେଶକୁ ପ୍ରତ୍ୟାହୃତ କରିଛି । ଏହି ବିବାଦସ୍ପଦ ଆଦେଶ 17 ଜୁଲାଇ ତାରିଖରେ ଜାରି କରାଯାଇଥିଲ
ରେଭେନ୍ସା


ଭୁବନେଶ୍ୱର, 18 ଜୁଲାଇ (ହି.ସ.)

-ରେଭେନ୍ସା ୟୁନିଭର୍ସିଟି

ମହିଳା ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ସନ୍ଧ୍ୟା 5:30ଟା ପରେ

କ୍ୟାମ୍ପସରେ ରହିବାକୁ ନିଷେଧ କରିଥିବା ଆଦେଶକୁ ପ୍ରତ୍ୟାହୃତ କରିଛି । ଏହି ବିବାଦସ୍ପଦ ଆଦେଶ

17 ଜୁଲାଇ ତାରିଖରେ ଜାରି କରାଯାଇଥିଲା ଓ ପ୍ରବଳ ବିରୋଧ ପରେ ପରବର୍ତ୍ତୀ ଦିନ ଏହାକୁ ବାତିଲ

କରାଯାଇଛି।

ଏହି ଆଦେଶ ବିଶ୍ୱବିଦ୍ୟାଳୟର

କୁଳସଚିବ ଦ୍ୱାରା କୁଳପତିଙ୍କ ପକ୍ଷରୁ ଜାରି କରାଯାଇଥିଲା, ଯେଉଁଥିରେ ସୁରକ୍ଷା

କାରଣ ଦେଖାଇ ଲେଖାଯାଇଥିଲା ଯେ, କୌଣସି ମହିଳା ଶିକ୍ଷୟିତ୍ରୀ, କର୍ମଚାରୀ କିମ୍ବା ଛାତ୍ରୀ ସନ୍ଧ୍ୟା 5:30 ପରେ କାର୍ଯ୍ୟସ୍ଥଳ କିମ୍ବା କ୍ୟାମ୍ପସରେ

ରହିପାରିବେ ନାହିଁ। ଏହି ନିଷ୍ପତ୍ତି ପରବର୍ତ୍ତୀ ଔପଚାରିକ 'ଷ୍ଟ୍ୟାଣ୍ଡାର୍ଡ

ଅପରେଟିଂ ପ୍ରୋସିଜର'

ଜାରିନହେବା ଯାଏ ବଳବତର ରହିବ , ଯାହା କାର୍ଯ୍ୟ ସମୟ ଓ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବନ୍ଧିତ ନିର୍ଦ୍ଦେଶନାମାକୁ ସ୍ପଷ୍ଟ

କରିବ।

ଆଦେଶ ଜାରି ହେବା ପରେ

ଛାତ୍ରଛାତ୍ରୀ, ଶିକ୍ଷକ ଓ ସାମାଜିକ ସଂଗଠନ ପକ୍ଷରୁ ତୀବ୍ର କରାଯାଇଥିଲା। ଏହାର

ପରିଣାମ ସ୍ୱରୂପ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ଆଦେଶକୁ ତୁରନ୍ତ ପ୍ରଭାବରେ ବାତିଲ କରିଦେଇଛି।

ବିଶ୍ୱବିଦ୍ୟାଳୟ ସୂତ୍ର

ଅନୁଯାୟୀ, ବର୍ତ୍ତମାନ ଏକ ନୂଆ ଓ ଲିଙ୍ଗଗତ ଭାବେ ନିରପେକ୍ଷ 'ଷ୍ଟ୍ୟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର' ପ୍ରସ୍ତୁତ କରାଯାଉଛି, ଯାହା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande