ମାଗଣା ଶବବାହନ ସେବା ଶୁଭାରମ୍ଭ କଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର, 2 ଜୁଲାଇ (ହି.ସ.) କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ମାଗଣା ଶବବାହନ ସେବା କେନ୍ଦୁଝର ଲୋକସେବା ସାଂସଦ ଅନନ୍ତ ନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଛି । ସାଂସଦ ବୁଧବାର ସନ୍ଧ୍ୟାରେ ପତକା ହଲାଇ ଦୁଇଟି ଶବବାହକ ଗାଡି(ମହାପ୍ରୟାଣ) ମାଗଣା ସେବା ଉଦ୍‌ଘାଟନ
Mahaprayan jana


କେନ୍ଦୁଝର, 2 ଜୁଲାଇ (ହି.ସ.)

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ମାଗଣା ଶବବାହନ ସେବା କେନ୍ଦୁଝର ଲୋକସେବା ସାଂସଦ ଅନନ୍ତ ନାୟକଙ୍କ କରକମଳରେ ଶୁଭାରମ୍ଭ ହୋଇଛି । ସାଂସଦ ବୁଧବାର ସନ୍ଧ୍ୟାରେ ପତକା ହଲାଇ ଦୁଇଟି ଶବବାହକ ଗାଡି(ମହାପ୍ରୟାଣ) ମାଗଣା ସେବା ଉଦ୍‌ଘାଟନ କରିଥିଲେ । ମାଗଣା ଶବ ବାହନ ସେବା ଦ୍ୱାରା ଦୁର୍ବଳବର୍ଗଙ୍କୁ ସହାୟକ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ଏହି ସେବା ମାଧ୍ୟମରେ ମୃତ ବ୍ୟକ୍ତିଙ୍କ ଶବକୁ ସମ୍ମାନର ସହିତ ତାଙ୍କ ଗୃହ କିମ୍ବା ଶ୍ମଶାନକୁ ପରିବହନ କରାଯାଇପାରିବ,ଯାହା ପରିବାରଗୁଡିକ ଉପରେ ଆର୍ଥିକ ଓ ମାନସିକ ବୋଝକୁ ହ୍ରାସ କରିପାରିବ । ଏହି ସେବା ସମ୍ପୂର୍ଣ୍ଣ ମାଗଣା ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ୨ଟି ମାଗଣା ଶବବାହକ ଗାଡି ଯୋଗାଇ ଦିଆଯାଇଛି । ଏହି ମାଗଣା ସେବା ଶବବାହନ ପାଇଁ ଆବଶ୍ୟକତା ଅନୁସାରେ ପହଁଚିବ ବୋଲି ସିଡିଏମଓ ଡାକ୍ତର ବିନୋଦ ବିହାରୀ ମିଶ୍ର କହିଛନ୍ତି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ ଡାକ୍ତର ବିନୋଦ ବିହାରୀ ମିଶ୍ର,ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ(ମେଡିକାଲ) ଡାକ୍ତର ପ୍ରଦୀପ କୁମାର ମିଶ୍ର,ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡାକ୍ତର ପୁରୁଷୋତ୍ତମ ମହାନ୍ତ,ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ବସନ୍ତ କୁମାର ପାତ୍ର,ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande