ଭୁବନେଶ୍ୱର, 2 ଜୁଲାଇ (ହି.ସ.)
- ଆଜିଠୁ
ବାହୁଡ଼ା ପ୍ରସ୍ତୁତି ।ତିନି ରଥ ନେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା
ରଥକୁ ଶରଧାବାଲି ନିଆଯିବ । ଦିନ ୧୨ଟା ୩୦ରେ ରଥ ଆଜ୍ଞାମାଳ ବିଜେ ହେବ । ଆଜ୍ଞାମାଳ ଆସିବା ପରେ
ରଥ ଦକ୍ଷିଣ ମୋଡ଼ ନେବ ।
ଗତକାଲିଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ହେରାପଞ୍ଚମୀ ନୀତି । ବିଳମ୍ବିତ
ରାତିରେ ମହାଲକ୍ଷ୍ମୀ ପହଞ୍ଚିଥିଲେ ଶ୍ରୀଗୁଣ୍ଡିଚା ମନ୍ଦିରରେ । ମହାପ୍ରଭୁଙ୍କ ଦର୍ଶନ ନପାଇ
ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିଥିଲେ ରଥ । ରାଗ ଜର୍ଜରିତ ହୋଇ ଫେରି ଆସିଛନ୍ତି ଶ୍ରୀମନ୍ଦିର ।
ମହାପ୍ରଭୁ ସୁସ୍ଥ ହେବା ପରେ ନବବିବାହିତା ଧର୍ମପତ୍ନୀ ମହାଲକ୍ଷ୍ମୀଙ୍କୁ ଛାଡି ବଡ଼ଭାଇ ଓ
ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାତ୍ରା
କରିଛନ୍ତି । ଏହାପରେ ଆଜି ତିନି ରଥର ଦକ୍ଷିଣ ମୋଡ କରାଯାଇ ବାହୁଡ଼ା ପାଇଁ ପ୍ରସ୍ତୁତି ଆରମ୍ଭ
ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା