ଟ୍ରକ ପିକପ ଧକ୍କା:ଜଣେ କାଉଡ଼ିଆ ମୃତ ଅନେକ ଗୁରୁତର
କେନ୍ଦୁଝର, 21 ଜୁଲାଇ (ହି.ସ.) ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ସକାଳୁ ଏକ ଦୁର୍ଘଟଣା। ଘଟଣା ଘଟିଛି ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥରେ। ଗତକାଲି ରାଉରକେଲା ସେକ୍ଟର ୨ ରୁ କିଛି ବୋଲ୍ ବମ୍ ଭକ୍ତ ଜଳାଭିଷେକ ପାଇଁ ମୂର୍ଗା ମହାଦେବଙ୍କ ନିକଟକୁ ଆସି ଆଜି ପାହାନ୍ତା ପ୍ରହରରେ ମ
ଟ୍ରକ ପିକପ ଧକ୍କା:ଜଣେ କାଉଡ଼ିଆ ମୃତ ଅନେକ ଗୁରୁତର


କେନ୍ଦୁଝର, 21 ଜୁଲାଇ (ହି.ସ.)

ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ସକାଳୁ ଏକ ଦୁର୍ଘଟଣା। ଘଟଣା ଘଟିଛି ବିଲେଇପଦା ଫାଣ୍ଡି ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥରେ।

ଗତକାଲି ରାଉରକେଲା ସେକ୍ଟର ୨ ରୁ କିଛି ବୋଲ୍ ବମ୍ ଭକ୍ତ ଜଳାଭିଷେକ ପାଇଁ ମୂର୍ଗା ମହାଦେବଙ୍କ ନିକଟକୁ ଆସି ଆଜି ପାହାନ୍ତା ପ୍ରହରରେ ମନ୍ଦିର ଖୋଲା ହେବା ପରେ ପ୍ରଥମେ ଜଳାଭିଷେକ କରିଥିଲେ । ସେଠାରୁ ଘଟଗାଁ ତାରିଣୀ ଦର୍ଶନ ନିମନ୍ତେ ଗାଡ଼ିରେ ଚଢିଥିଲେ। ହେଲେ ରିମୁଳି-ଯୋଡା ୫୨୦ ନମ୍ବର ଜାତୀୟ ରାଜପଥର ତଡୁଆବାହାଳ ନିକଟରେ ଏକ ଅଜଣା ଟ୍ରକ୍ ଗାଡ଼ିକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ଭକ୍ତ ମୃତ୍ୟୁ ବରଣ କରିଥିବା ବେଳେ ଆଉ କିଛି ଗୁରୁତର ହୋଇଥିବା ଜଣାପଡିଛି। ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଆହତଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande