କୋଲକାତା, 21 ଜୁଲାଇ (ହି.ସ.)- ପଶ୍ଚିମବଙ୍ଗର
ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସର ବରିଷ୍ଠ ନେତା ଅବୁ ହିନାଙ୍କ 75 ବର୍ଷ ବୟସରେ
ଦେହାନ୍ତ ଘଟିଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ରାତି ପ୍ରାୟ 11:45 ରେ କୋଲକାତାର ସଲ୍ଟଲେକ୍
ସ୍ଥିତ ନିଜ ବାସଭବନରେ ପରିବାରର ସଦସ୍ୟମାନଙ୍କ ଉପସ୍ଥିତିରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ଅବୁ ହିନା ମୁର୍ସିଦାବାଦ
ଜିଲ୍ଲା କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ଆଜି କୋଲକାତାରୁ ତାଙ୍କର ପୈତୃକ
ଘର ଲାଲଗୋଳାକୁ ନିଆଯିବ, ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା