ଟୋକିଓ, 21 ଜୁଲାଇ (ହି.ସ.)-ଜାପାନର କ୍ଷମତାସୀନ
ମେଂଟ ସଂସଦର ଉପର ସଦନ 'ଡାଏଟ୍'
ପାଇଁ ରବିବାର ହୋଇଥିବା ନିର୍ବାଚନରେ ପଛୁଆ ଥିବା
ଜଣାପଡିଛି।
ଜାପାନର ପ୍ରମୁଖ ସମ୍ବାଦପତ୍ର
ଅସାହି ଶିମ୍ବୁନ ଦ୍ୱାରା ପ୍ରକାଶିତ ଏକଜିଟ୍
ପୋଲ୍ ଅନୁଯାୟୀ, କ୍ଷମତାସୀନ
ଲିବରାଲ୍ ଡେମୋକ୍ରେଟିକ୍ ପାର୍ଟି ଏଥର ସେମିତି ଶକ୍ତିଶାଳୀ ପ୍ରଦର୍ଶନ କରିପାରିନାହିଁ। ସରକାରୀ
ପ୍ରସାରକ ଏନଏଚକେଟେଲିଭିଜନ ମଧ୍ୟ
ଏହିପରି ଅନୁମାନ କରିଛି । ଏନଏଚକେଅନୁଯାୟୀ, ଉପର ସଦନରେ କ୍ଷମତାସୀନ
ମେଂଟର ସିଟ୍ ସଂଖ୍ୟା କମିପାରେ। ଏନଏଚକେର ଏକଜିଟ୍ ପୋଲ୍ ଅନୁଯାୟୀ,
ଏହି ନିର୍ବାଚନରେ ଧୁର-ଦକ୍ଷିଣପନ୍ଥୀ ସେନସେତୋ
ପାର୍ଟିଏକ ଶକ୍ତିଶାଳୀ
ଶକ୍ତି ଭାବରେ ଉଭା ହୋଇଛି।
ଏନଏଚକେର ପ୍ରସାରିତ ଏକଜିଟ୍ ପୋଲ୍
ଅନୁଯାୟୀ, ଇଶିବାଙ୍କ ମେଂଟକୁ
32 ରୁ 51 ଟି ସିଟ୍ ମିଳିପାରେ। ଅନ୍ୟ ଟିଭି ଚ୍ୟାନେଲ୍ମାନଙ୍କ ଅନୁସାରେ,
ଏହି ମେଂଟକୁ 40-43 ଟି ସିଟ୍ ମିଳିପାରେ। ଏଲଡିପିକୁ 32
ରୁ 35 ସିଟ୍ ମିଳିବାର ଅନୁମାନ କରାଯାଉଛି । ଏଲଡିପି ଏପର୍ଯ୍ୟନ୍ତ ବିଧାନସଭାରେ ସବୁଠାରୁ ବଡ଼
ଦଳ ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା