ଭୁବନେଶ୍ୱର, 21 ଜୁଲାଇ (ହି.ସ.)- ଆଜି ଶ୍ରାବଣ
ମାସର ଦ୍ଵିତୀୟ ସୋମବାର । ବିଭିନ୍ନ ଶୈବ ପୀଠରେ ଜଳ ଲାଗି କରୁଛନ୍ତି କାଉଡ଼ିଆ । ପବିତ୍ର ନଦୀରୁ
ଜଳ ଉଠାଇ ଶୈବପୀଠରେ ପହଞ୍ଚିଛନ୍ତି କାଉଡିଆ । ଜଳଲାଗି ପାଇଁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବ୍ୟାପକ
ବ୍ୟବସ୍ଥା କରାଯାଇଛି । ସେହିପରି ପୁରୀ ଓ କଟକ
ଆଠଗଡ଼ ସମେତ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଜଳଲାଗି କରୁଛନ୍ତି କାଉଡିଆ । ଆଖଣ୍ଡଳମଣି,
ଲଡୁବାବା, ଗୁପ୍ତେଶ୍ୱର, କପିଳାସ ପରି ପ୍ରମୁଖ ଶୈବପୀଠରେ କାଉଡିଆମାନେ ଜଳଲାଗି କରିଛନ୍ତି ।
ଜଳଲାଗି ପାଇଁ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା