ମେଡିକାଲରେ ପଶିଲା ବର୍ଷାପାଣି
ମାଲକାନଗିରି, ୨୨ ଜୁଲାଇ (ହି.ସ.)- ମେଡିକାଲରେ ପଶିଲା ବର୍ଷାପାଣି । ଆଣ୍ଠୁଏ ଉଚ୍ଚରେ ପାଣି ଜମି ଯାଇଛି । ଫଳରେ ରୋଗୀ ତଥା ମେଡିକାଲ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ଥିବା ଯୋଡ଼ାମ୍ବ ପ୍ରାଥମିକ ସ୍ୱାସ୍
ମେଡିକାଲରେ ପଶିଲା ବର୍ଷାପାଣି


ମାଲକାନଗିରି, ୨୨ ଜୁଲାଇ (ହି.ସ.)- ମେଡିକାଲରେ ପଶିଲା ବର୍ଷାପାଣି । ଆଣ୍ଠୁଏ ଉଚ୍ଚରେ ପାଣି ଜମି ଯାଇଛି । ଫଳରେ ରୋଗୀ ତଥା ମେଡିକାଲ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳରେ ଥିବା ଯୋଡ଼ାମ୍ବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଚିତ୍ର ସାମ୍ନାକୁ ଆସିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ରାସ୍ତା ଠାରୁ ବହୁ ତଳେ ମେଡିକାଲ ଥିବାରୁ ପ୍ରତି ବର୍ଷ ବର୍ଷା ଦିନେ ମେଡିକାଲରେ ପାଣି ପଶୁଥିବାର ନଜିର ରହିଛି । ତେବେ ଗତକାଲି ଅପରାହ୍ନରେ ହଠାତ୍ ବର୍ଷାପାଣି ମାଡି ଆସିବାରୁ ଏଭଳି ସ୍ଥିତି ଉପୁଜିଛି । ବର୍ତମାନ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଆସିନାହିଁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande