ଜୟପୁର, 24 ଜୁଲାଇ (ହି.ସ.)ଜୟପୁର ବିକ୍ରମଦେବ ସ୍ବୟ˚ଶାସିତ ବିଶ୍ବବିଦ୍ୟାଳୟ ପରିସରରେ ଯୁକ୍ତଦୁଇ ନୂତନ ଛାତ୍ର ଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ରିନସିପାଲ ଲକ୍ଷ୍ମଣ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ନବାଗତ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଆଗାମୀ ଦିନରେ କିପରି ନିୟମିତ ବିଦ୍ୟାଳୟ ଆସି ପାଠ୍ୟ ସ˚ଗ୍ରହ କରିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଶେଷରେ ଇ˚ରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି