ଧର୍ମଶାଳା ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ : ଯାଜପୁର ପୋଲିସ ଉପରେ ନାହିଁ ଭରସା
ଧର୍ମଶାଳା,୨୪ଜୁଲାଇ(ହି.ସ.) - ଯାଜପୁର ପୋଲିସ ଉପରେ ବର୍ଷିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ର୍ରଣବ କୁମାରବଳନ୍ତରାୟ । ଆଜି ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଜିଲା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଯେଉଁଭଳି ଭାବେ ମହିଳା ଅ
ଧର୍ମଶାଳା ପୂର୍ବତନ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ :  ଯାଜପୁର ପୋଲିସ ଉପରେ ନାହିଁ ଭରସା


ଧର୍ମଶାଳା,୨୪ଜୁଲାଇ(ହି.ସ.) - ଯାଜପୁର ପୋଲିସ ଉପରେ ବର୍ଷିଛନ୍ତି ଧର୍ମଶାଳାର ପୂର୍ବତନ ବିଧାୟକ ପ୍ର୍ରଣବ କୁମାରବଳନ୍ତରାୟ । ଆଜି ଜାରକାସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀରେ ଜିଲା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଯେଉଁଭଳି ଭାବେ ମହିଳା ଅସୁରକ୍ଷିତ ହୋଇ ପଡିଥବବା ବେଳେ ଧର୍ମଶାଳା ଥାନାରେ ମହିଳା ଏଏସଆଇ ଅସୁରକ୍ଷିତ ହୋଇପଡିଛନ୍ତି । କିଛି ଦିନ ପୂର୍ବରୁ ଧର୍ମଶାଳା ଥାନାକୁ କିଛି ଲୋକ ଆସି ଥାନାରେ କାର୍ଯ୍ୟରତ ମହିଳା ଏଏସଆଇଙ୍କୁ ଦୃବ୍ୟବହାର କରିବା ସହ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ଏଏସଆଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରି ନାହିଁ । ପୋଲିସ ପୋଲିସକୁ ନ୍ୟାୟ ଦେବାରେ ବିଫଳ ହୋଇଛି । କାହା ଚାପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ପୂର୍ବତନ ବିଧାୟକଙ୍କ ଜଣେ ସମର୍ଥକଙ୍କୁ ବିନା କାରଣରେ ବୁଧବାର ବିଳମ୍ବିତ ରାତିରେ ବଡଚଣା ପୋଲିସ ଉଠାଇ ଆଣି ପରେ ଛାଡି ଦେଇଥିଲା । ଏନେଇ ପୂର୍ବତନ ବିଧାୟକ ବିଳମ୍ବିତ ରାତିରେ ଥାନାରେ ପଂହଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗୋଟିଏ ପଟେ ଧର୍ମଶାଳା ଥାନାରେ ଏଏସଆଇଙ୍କ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ବେଳେ ବିନା କାରଣରେ ପୋଲିସ ଲୋକଙ୍କୁ ଉଠାଇ ନେଉଛି ଯାହାକି ପୋଳିସର ଦୋମୁହାଁ ନୀତିକୁ ପଦାରେ ପକାଇଛି ବୋଲି କହିଥିଲେ । ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭଗବାନ ସଦବୁଦ୍ଧି ଓ ସାହସ ଦିଅନ୍ତୁ ଯେମିତି ସେ ତାଙ୍କ କାର୍ଯ୍ୟ ଠିକ୍ ସେ କରି ନ୍ୟାୟ ଦେଇ ପାରିବେ ବୋଲି ପ୍ରଣବ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande