ବିପଦ ପୂର୍ଣ୍ଣ ରାସ୍ତାର ମରାମତି କଲା ପୌରପାଳିକା
କେନ୍ଦୁଝର, ୨୫ ଜୁଲାଇ(ହି.ସ.) – କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ଜଗନ୍ନାଥପୁର ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବିପଦ ପୂର୍ଣ୍ନ ହୋଇ ଦୀର୍ଘ ଦିନ ଧରି ରହିଥିିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଥିଲେ ସାଧାରଣ ଲୋକମାନେ। ଏ ସମ୍ପର୍କ ରେ ଅଭିଯୋଗ ପାଇବା ପରେ କେନ୍ଦୁଝର ସାଂସଦ ଅନନ
ବିପଦ ପୂର୍ଣ୍ଣ ରାସ୍ତାର ମରାମତି କଲା ପୌରପାଳିକା


କେନ୍ଦୁଝର, ୨୫ ଜୁଲାଇ(ହି.ସ.) – କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ଜଗନ୍ନାଥପୁର ସାହିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବିପଦ ପୂର୍ଣ୍ନ ହୋଇ ଦୀର୍ଘ ଦିନ ଧରି ରହିଥିିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଥିଲେ ସାଧାରଣ ଲୋକମାନେ। ଏ ସମ୍ପର୍କ ରେ ଅଭିଯୋଗ ପାଇବା ପରେ କେନ୍ଦୁଝର ସାଂସଦ ଅନନ୍ତି ନାୟକଙ୍କ ପ୍ରତିନିଧି ହରିହର ମହାନ୍ତ ତୁରନ୍ତ କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଯନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ପୌରପାଳିକାର ନିର୍ବାହୀ ଯନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ଋତୁ ଉକ୍ତି ବିପଦ ପୂର୍ଣ୍ନ ଛକ ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ବାହୀ ଯନ୍ତ୍ରୀଙ୍କ ଏଭଳି ତତ୍ପରତା ପାଇଁ ସାଂସଦ ପ୍ରତିନିଧି ପ୍ରଶଂସା କରିଛନ୍ତି। ଏଭଳି ତ୍ୱରିତ ପଦକ୍ଷେପ ନିଶ୍ଚିତ ଭାବେ କେନ୍ଦୁଝରଗଡ଼ ପୌରପାଳିକାକୁ ଆଗେଇନେବାରେ ସହାୟକ ହେବବୋଲି ସାଂସଦ ପ୍ରତିନିଧି ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande