କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ପାଟଣା କଂଗ୍ରେସ ତରଫରୁ ମନ୍ଦିରରେ ଦୀପଦାନ କରାଯାଇଛି। ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ ଓ ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମଣ ଦାଶଙ୍କ ନେତୃତ୍ୱରେ ସ୍ୱାମ ହନୁମାନ ମନ୍ଦିରରେ ଆୟୋଜିତ ଏକ ଶୋକ ସଭାରେ ସୋମ୍ୟାଶ୍ରୀଙ୍କ ନିମନ୍ତେ ନିରବ ପ୍ରାର୍ଥନା ସହିତ ହନୁମାନଙ୍କ ନିକଟରେ ଦୀପଦାନ କରାଯାଇଥିଲା।ଏହି ଘଟଣା ରେ ସରକାର ଙ୍କ ବିଫଳତାକୁ ଘୋର ନିନ୍ଦା କରା ଯିବାସହ ଦୋଷୀଙ୍କୁ ତୁରନ୍ତି ଗିରଫ କରିବା ଦାବି ହୋଇଥିଲା। କାର୍ଯ୍ୟକ୍ରମରେ କଂଗ୍ରେସ ବରିଷ୍ଠ ନେତା ଦିଲ୍ଲୀପ କୁମାର ଦାଶ, ଜ୍ଞାନେନ୍ଦ୍ର ମିଶ୍ର, ବିଦ୍ୟାଧର ରାଉଳ,ନିରଞ୍ଜନ ନାଏକ, କୈବଲ୍ୟ ଚୌଧୁରୀ, ନବଘନ ପାତ୍ର,ଉଦ୍ଧବ ମହାନ୍ତି, ବାଇଧର ସାହୁ, ନିରଞ୍ଜନ କର ପ୍ରମୁଖଙ୍କ ସହିତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA