ରାଜସ୍ଥାନର ଝାଲାୱାଡରେ ସ୍କୁଲଭବନର ଏକ ଅଂଶ ଭୁଶୁଡିବା କାରଣରୁ 7ଜଣ ପିଲାଙ୍କ ମୃତ୍ୟୁ
ଝାଲାୱାଡ, 25 ଜୁଲାଇ (ହି.ସ.)- ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାର ମନୋହରଥାନା ବ୍ଲକ୍‌ର ଦାଙ୍ଗିପୁରା ଥାନା ଅଂଚଳରେ ପିପଲୋଦି ଗାଁରେ ଶୁକ୍ରବାର ସକାଳେ ଗୋଟିଏ ସରକାରୀ ବିଦ୍ୟାଳୟର ଜର୍ଜରିତ ବିଲ୍ଡିଂର ଏକ ଅଂଶ ଭୁଶୁଡିଯାଇଛି । ଏହି ଦୁର୍ଘଟଣାରେ ସାତ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇ
ରାଜସ୍ଥାନର ଝାଲାୱାଡରେ ସ୍କୁଲଭବନର ଏକ ଅଂଶ ଭୁଶୁଡିବା କାରଣରୁ 7ଜଣ ପିଲାଙ୍କ ମୃତ୍ୟୁ


ଝାଲାୱାଡ, 25 ଜୁଲାଇ (ହି.ସ.)- ରାଜସ୍ଥାନର ଝାଲାୱାଡ଼ ଜିଲ୍ଲାର ମନୋହରଥାନା ବ୍ଲକ୍‌ର ଦାଙ୍ଗିପୁରା ଥାନା ଅଂଚଳରେ

ପିପଲୋଦି ଗାଁରେ ଶୁକ୍ରବାର ସକାଳେ ଗୋଟିଏ ସରକାରୀ ବିଦ୍ୟାଳୟର ଜର୍ଜରିତ ବିଲ୍ଡିଂର ଏକ ଅଂଶ ଭୁଶୁଡିଯାଇଛି

। ଏହି ଦୁର୍ଘଟଣାରେ ସାତ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ 25 ରୁ ଅଧିକ ଛାତ୍ରଛାତ୍ରୀ

ଆହତ ହୋଇଛନ୍ତି। ଅଂଶାବଶେଷ ତଳେ ଅଟକିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଓ ଗ୍ରାମବାସୀଙ୍କ ସହଯୋଗରେ

ବାହାର କରାଯାଇଛଇ । ସମସ୍ତ ଆହତଙ୍କୁ ମନୋହରଥାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରଛାତ୍ରୀଙ୍କୁ ଝାଲାୱାଡ଼ ଜିଲ୍ଲା ହସ୍ପିଟାଲକୁ

ରେଫର କରାଯାଇଛି।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

ଶିକ୍ଷାମନ୍ତ୍ରୀ ମଦନ ଦିଲାୱର କହିଛନ୍ତି ଯେ ବର୍ତ୍ତମାନ ଆହତ ଶିଶୁମାନଙ୍କୁ ଉପଯୁକ୍ତ ଚିକିତ୍ସା

ମିଳିବା ହିଁ ପ୍ରାଥମିକତା। ସେ କହିଛନ୍ତି ଯେ ସମସ୍ତ ଆହତଙ୍କର ଚିକିତ୍ସା ସରକାରୀ ଖର୍ଚ୍ଚରେ

କରାଯିବ ଏବଂ ଘଟଣାର ପୂର୍ଣ୍ଣ ତଦନ୍ତ କରାଯିବ।

ମନୋହରଥାନା ହସ୍ପିଟାଲର ଡା. କୌଶଲ ଲୋଢାଙ୍କ ଅନୁଯାୟୀ, ହସ୍ପିଟାଲକୁ ଆହତ ଶିଶୁମାନଙ୍କୁ ଅଣାଯାଇଥିଲା

। ସେମାନଙ୍କ ମଧ୍ୟରୁ କେତେକଙ୍କର ଅବସ୍ଥା ଗୁରୁତର ଥିଲା। ଦାଙ୍ଗିପୁରା ଥାନା ଅଧିକାରୀ

ବିଜେନ୍ଦ୍ର ସିଂହଙ୍କ କଥା ଅନୁଯାୟୀ, ଘଟଣାବେଳେ ଶ୍ରେଣୀ କକ୍ଷରେ ମୋଟ 32 ଜଣ ଛାତ୍ରଛାତ୍ରୀ ଥିଲେ, ଯେଉଁମାନେ ଅଂଶାବଶେଷ ତଳେ

ଫସିଯାଇଥିଲେ। ଜଣେ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି । ଚାରି ଜଣ ଶିଶୁ ସ୍ଥଳରେ ମୃତ୍ୟୁବରଣ

କରିଥିଲେ, ଦୁଇ ଜଣଙ୍କର ମୃତ୍ୟୁ ଅକଲେରା ହସ୍ପିଟାଲରେ ଚିକିତ୍ସା ସମୟରେ ହୋଇଥିଲା। ଜଣେ ବାଳିକାର

ଝାଲାୱାଡ଼ ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande