ବନ୍ୟା ଜଳରେ ଭାଙ୍ଗିଲା ବନ୍ଧ : ୨୦୦୦ ଏକର ଚାଷଜମି ଜଳମଗ୍ନ
ବାରିପଦା, 26 ଜୁଲାଇ (ହି.ସ.)- ଗତ ଜୁଲାଇ ୨୫ରେ ହୋଇଥିବା ପ୍ରବଳ ବର୍ଷାର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ l ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ବନ୍ଧ ଭାଙ୍ଗି ଯିବାରୁ ଦୁଇ ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି l ଫଳରେ ଚାଷ ପାଇଁ ତଳି ଲଗାଇଥି
Banya photo


ବାରିପଦା, 26 ଜୁଲାଇ (ହି.ସ.)- ଗତ ଜୁଲାଇ ୨୫ରେ ହୋଇଥିବା ପ୍ରବଳ ବର୍ଷାର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ l ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ବନ୍ଧ ଭାଙ୍ଗି ଯିବାରୁ ଦୁଇ ହଜାର ଏକର ଚାଷ ଜମି ଜଳମଗ୍ନ ହୋଇଛି l ଫଳରେ ଚାଷ ପାଇଁ ତଳି ଲଗାଇଥିବା ଚାଷୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି l ସେହିପରି ଉକ୍ତ ବ୍ଲକ ଅଧୀନ ସାନମାଣିଦା ପଞ୍ଚାୟତ ର ଦହଲିପୁରା ପିଙ୍ଗୁଳି, ପଦ୍ମତୋଳିଆ ଗ୍ରାମ ପାଣି ଘେରରେ ଥିବାରୁ ପାଞ୍ଚ ଶହରୁ ଉର୍ଧ୍ଵ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି l ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande