ବିଛିନ୍ନାଞ୍ଚଳରେ ରହିଛି ଏକମ୍ବା ହରିଜନ ସାହି
ଜୟପୁର, 26 ଜୁଲାଇ (ହି.ସ.) ଗତକିଛିଦିନର ଲଗାଣ ବର୍ଷାରେ ହରିଜନସାହିକୁ ଯାଇଥିବା ରସ୍ତା ଭାଙ୍ଗିଯିବା ଫଳର ସେହି ସାହିର ଲୋକଙ୍କ ନିମନ୍ତେ ବିଛିନ୍ନାଞ୍ଚଳ ହୋଇଯାଇଛି। ଏହି ରାସ୍ତା ଭାଙ୍ଗିବାର ୮ଦିନ ବିତିଯାଇଥିଲେ ମଧ୍ୟ ଆଜିସୁଦ୍ଧା ମରାମତି କରାଯାଉନାହିଁ। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହ
ବିଛିନ୍ନାଞ୍ଚଳରେ ରହିଛି ଏକମ୍ବା ହରିଜନ ସାହି


ଜୟପୁର, 26 ଜୁଲାଇ (ହି.ସ.)

ଗତକିଛିଦିନର ଲଗାଣ ବର୍ଷାରେ ହରିଜନସାହିକୁ ଯାଇଥିବା ରସ୍ତା ଭାଙ୍ଗିଯିବା ଫଳର ସେହି ସାହିର ଲୋକଙ୍କ ନିମନ୍ତେ ବିଛିନ୍ନାଞ୍ଚଳ ହୋଇଯାଇଛି। ଏହି ରାସ୍ତା ଭାଙ୍ଗିବାର ୮ଦିନ ବିତିଯାଇଥିଲେ ମଧ୍ୟ ଆଜିସୁଦ୍ଧା ମରାମତି କରାଯାଉନାହିଁ। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏବିଷୟରେ ଜାଣି ନଥିଲେ ଖୁବ ଶିଘ୍ର ଏହି ରାସ୍ତାର ମରାମତି କରାଯିବ ବୋଲି କହିଛନ୍ତି। ଦୀର୍ଘଦିନରୁ ବର୍ଷା ଲାଗି ରହିଛି ଏଥିଯୋଗୁଁ ମାଟି ଧସି କେନାଲ ରାସ୍ତା ନଷ୍ଟ ହୋଇଯାଇଛି। ରାସ୍ତାର ଅବସ୍ଥା ଏଭଳି ହୋଇଛି ଯେ ସେହି ରାସ୍ତା ଦେଇ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି। ଅଘଟଣରୁ ଟଳିବା ନିମନ୍ତେ ସାହି ବାସିନ୍ଦା ଲାଲ ପତାକା ଲଗାଇ ସେହି ରାସ୍ତାରେ ଯିବା ଆସିବାକୁ ବାରଣ କରିଛନ୍ତି। ହରିଜନ ସାହିର ଲୋକେ ସହର କିମ୍ବା ଅନ୍ୟ ଗାଁକୁ ଯିବା ଆସିବକୁ ହେଲେ ଦଢ କିଲୋମିଟର ବୁଲିକି ଯିବାକୁ ପଡୁଛି। ପଞ୍ଚାୟତ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ମଟି ରସ୍ତା ନିର୍ମାଣ କରାଯାଇଥିବା ବେଳେ ଏବେ ତାହା ଧୋଇଯିବା ପରେ ମରମତି ଦିଗରେ ପଦକ୍ଷ୍‌ଏପ ନେବାକୁ ପଞ୍ଚାୟତକୁ ଗ୍ରାମବାସୀ ମାନେ ଲିଖିତ ଭାବେ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ହେଉନାହିଁ। କେନାଲ ନିକଟରେ ରାସ୍ତା ଥିବା ଯୋଗୁଁ ଗ୍ରାମବାସୀମାନେ କେନାଲ ଡିଭିଜନକୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନ କିମ୍ବା କେନାଲ ଡିଭିଜନ ଯିଏ ଭି ହେଉନା କହିଁକି ଖୁବଶିଘ୍ର ରାସ୍ତାର ମରାମତି କଲେ ଆଗାମୀ ଦିନରେ ଏହି ରାସ୍ତା ଦୁର୍ଘଟଣାରୁ ଟଳିବ ବୋଲି ସାହିର ଘାସି ହରିଜନ, ମଣ୍ଟୁ ହରିଜନ, ବିଶୋଇ ହରିଜନ, ଗୁଲଟି ହରିଜନ, ଘାସିରାମ ହରିଜନ ପ୍ରମୁଖ ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande