ବାରିପଦା , 26 ଜୁଲାଇ (ହି.ସ.) - ଆଜି ମୟୁରଭଞ୍ଜ ସିନିୟର ସିଟିଜେନ ଫୋରମ ସଂଯୋଜନାରେ ଓଡ଼ିଆ ସୋସାଇଟି ଅଫ ଆମେରିକାସ୍ ସ୍ୱାସ୍ଥ୍ୟ ଓ ଜନମଙ୍ଗଳ ଶାଖା ଦ୍ୱାରା ସ୍ଥାନୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ କାର୍ଡିଓ ପଲମୋନାରୀ ରିସାସେଟେସନ ଟ୍ରେନିଂ ଓ ଜନସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଫୋରମର ସଭାପତି ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣରେ ଏନ.ଡି.ଆର.ଏଫ କମାଣ୍ଡେଡ ପ୍ରଶାନ୍ତ କୁମାର ନାୟକ ହୃଦକ୍ରିୟା ବନ୍ଦ ହୋଇଗଲେ କାହିଁକି କିପରି କେଉଁ ପରିସ୍ଥିତିରେ ହୃଦକ୍ରିୟା ସକ୍ରିୟ କରିବାପାଇଁ ପ୍ରୟାସ କରାଯିବ ସେ ସମ୍ପର୍କରେ ବିସ୍ତୃତ ସଚେତନତା ମୂଳକ ତଥ୍ୟ ପ୍ରଦାନ କରିଥିଲେ. ମୁଖ୍ୟଅତିଥି ଅବସରପ୍ରାପ୍ତ ସି.ଡି.ଏମ.ଓ. ଡାକ୍ତର କରୁଣାକର ମହାପାତ୍ର ସିପିଆର ଟ୍ରେନିଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ. ଉପସଭାପତି ଡକ୍ଟର ସୁଶାନ୍ତ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଆମେରିକା ଓଡ଼ିଆ ସୋସାଇଟିର ସୁଶ୍ରୀ ପ୍ରିଶା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ.
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ