ମୟୁରଭଞ୍ଜ ସାହିତ୍ୟ ପରିଷଦର ସାରସ୍ୱତ ଆସର
ବାରିପଦା, 26 ଜୁଲାଇ (ହି.ସ.)- ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାହିତ‍୍ୟାନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ଆନୁକୁଲ‍୍ୟରେ ବାରିପଦା ମହର୍ଷି ପବ୍ଳିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ କାର୍ଯ‍୍ୟକ୍ରମରେ କୃତି ହାଇସ୍କୁଲ ପ୍ରଧାନ ଶିକ୍ଷକ କୈବଲ୍ୟ ପ୍ରସାଦ ମହାପାତ୍ରଙ୍କ ରଚିତ ପୁସ୍ତକ ମୟୂରଭଞ୍ଜ: କିଛି ଜଣ
Sahitya Anusthana


ବାରିପଦା, 26 ଜୁଲାଇ (ହି.ସ.)-

ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାହିତ‍୍ୟାନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ଆନୁକୁଲ‍୍ୟରେ ବାରିପଦା ମହର୍ଷି ପବ୍ଳିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ କାର୍ଯ‍୍ୟକ୍ରମରେ କୃତି ହାଇସ୍କୁଲ ପ୍ରଧାନ ଶିକ୍ଷକ କୈବଲ୍ୟ ପ୍ରସାଦ ମହାପାତ୍ରଙ୍କ ରଚିତ ପୁସ୍ତକ ମୟୂରଭଞ୍ଜ: କିଛି ଜଣା କିଛି ଅଜଣା ଲୋକାର୍ପିତ ହୋଇଯାଇଛି. ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ଲୋକାର୍ପଣ ସଭା ଏବଂ ସାରସ୍ବତ ଆସରରେ ବିଶିଷ୍ଟ ଶିକ୍ଷାବିତ କବୟିତ୍ରୀ ବୀଣାପାଣି ପଣ୍ଡା ମୁଖ୍ୟ ଅତିଥି, ପ୍ରତିଶ୍ରୁତି ପତ୍ରିକାର ସଂପାଦକ ପଣ୍ଡିତ ଭାଗବତ ପଣ୍ଡା ମୁଖ୍ୟବକ୍ତା, ମହର୍ଷି ପବ୍ଲିକ ସ୍କୁଲର ଅଧ୍ଯକ୍ଷ ଅଶୋକ କୁମାର କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉପାଦେୟ ଏବଂ ଯଥେଷ୍ଟ ପାଠକୀୟତା ଲାଭ କରିବ ବୋଲି ମତ ପ୍ରକାଶ କରିଥିଲେ. ପରିଷଦର ସଂପାଦକ ଇଂ. ମନୋଜ ଦଳବେହେରା ଅନୁଷ୍ଠାନର ପରବର୍ତ୍ତୀ କାର୍ଯ୍ୟକ୍ରମର ବିଷୟରେ ସୂଚନା ଦେଇଥିଲେ. ପରେ ପରେ କବୟିତ୍ରୀ ଡ. ଗାୟିତ୍ରୀ ଦେ ଓ ସୁଧାମୟୀ ଦାସଙ୍କ ସଂଯୋଜନାରେ ଏକ ଭକ୍ତି କବିତା ଆସର ଅନୁଷ୍ଠିତ ହୋଇଥିବା ବେଳେ, ବିରଜା ଦେବୀ, ବାସନ୍ତୀଲତା ମହାପାତ୍ର, କାବେରୀ ମିଶ୍ର, ବନମାଳୀ ପାତ୍ର, ଡ. ଶଶିଧର ବିଶ୍ବାଳ, ନରସିଂହ ବାରିକ, ଜୟନ୍ତ ଦ୍ବାରୀ, ଭାସ୍ବତୀ ପଣ୍ଡା, ଶିଉଲାଲ ମହାନ୍ତ, ରାଜଲକ୍ଷ୍ମୀ ଦାସ, ବିଶ୍ବମିତ୍ରା ଦାସ, ମିନତୀ ପଣ୍ଡା ଏବଂ ଗୋପାଳଚନ୍ଦ୍ର ସାଓ ସ୍ବରଚିତ କବିତା ପାଠ କରିଥିଲେ. ଅଧ୍ୟାପକ ସମରେନ୍ଦ୍ର କୁମାର ବଶା, ଅଜିତ କୁମାର କବାଟ ଓ ଦୋଳଗୋବିନ୍ଦ ମହାନ୍ତ ପ୍ରମୁଖ କାର୍ଯ‍୍ୟକ୍ରମ ପରିଚାଳନାରେ ସହାୟତା କରିଥିବା ବେଳେ, ସହ ସଂପାଦକ ଅଜିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ.

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande