ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ଆୟୁଷ୍ମାନ
ଯୋଜନା ଅଧିନରେ ତିନି ମାସରେ ଓଡ଼ିଶାର ଅଢେ଼ଇ ଲକ୍ଷ ଲୋକଙ୍କୁ ମିଳିଲାଣି ଚିକିତ୍ସା ସୁବିଧା । ନୂଆ
ସରକାର ଆସିବା ଏପ୍ରିଲ ୧୧ ତାରିଖରେ ଓଡ଼ିଶାରେ ଲାଗୁ ହୋଇଥିଲା ଆୟୁଷ୍ମାନ ଭାରତ ଯୋଜନା । ଲୋକସଭାରେ କେନ୍ଦ୍ର
ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଏପ୍ରିଲ ୧୧ ରୁ ଜୁନ ୩୦ ତାରିଖ ମଧ୍ୟରେ
ଅର୍ଥାତ ତିନି ମାସରେ ରାଜ୍ୟର ୨ ଲକ୍ଷ ୬୨ ହଜାର ୯୧ ଜଣ ଲୋକଙ୍କୁ ଆୟୁଷ୍ମାନ ଯୋଜନାରେ ଚିକିତ୍ସା
ସୁବିଧା ମିଳିଛି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ କୋଟି ୪୪ ଲକ୍ଷ ୭୨ ହଜାର ୨୩୭ ଜଣ
ଲୋକଙ୍କର ହୋଇ ସାରିଲାଣି ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ହିତାଧିକାରୀଙ୍କ ସଂଖ୍ୟାରେ ଦ୍ୱିତୀୟ
ସ୍ଥାନରେ ରହିଛି ଓଡ଼ିଶା ।
ଉତ୍ତର ପ୍ରଦେଶରେ ସର୍ବାଧିକ
୪ କୋଟି ୩୩ ଲକ୍ଷ ୪୪ ହାଜର ୬୮୮ ଜଣ ଲୋକ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଥିବା ବେଳେ ଦ୍ୱିତୀୟ
ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ୩ କୋଟି ୪୪ ଲକ୍ଷ ୭୨ ହଜାର ୨୩୭ ଜଣ ଲୋକ ବର୍ତ୍ତମାନ
ସୁଦ୍ଧା ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି । ସେହିପରି ତୃତୀୟରେ ରହିଛି ବିହାର । ଯେଉଁଠି ୩
କୋଟି ୨୦ ଲକ୍ଷ ୧୬ ହଜାର ୭୮ ଜଣ ଲୋକ ଆୟୁଷ୍ମାନ ଯୋଜନାରେ ସାମିଲ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା