ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ଜୁଲାଇ (ହି.ସ.) - ଭୁବନେଶ୍ୱରରେ 12ତମ ପାଇଁ ହେଉଛି ଅଭିଯୋଗ ଶୁଣାଣୀ । ନୂଆ ପ୍ରକୋଷ୍ଠରେ ହେଉଛି ଏହି ଶୁଣାଣୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି ଲୋକଙ୍କ ଅଭିଯୋଗ । ଭୁବନେଶ୍ୱର ୟୁନିଟ 2 ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣୀ କାର୍ଯ
ଲୋକଙ୍କ ଅଭିଯୋଗ     ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 28 ଜୁଲାଇ (ହି.ସ.)

- ଭୁବନେଶ୍ୱରରେ 12ତମ ପାଇଁ ହେଉଛି ଅଭିଯୋଗ ଶୁଣାଣୀ । ନୂଆ

ପ୍ରକୋଷ୍ଠରେ ହେଉଛି ଏହି ଶୁଣାଣୀ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି ଲୋକଙ୍କ ଅଭିଯୋଗ । ଭୁବନେଶ୍ୱର ୟୁନିଟ 2 ସ୍ଥିତ କ୍ୟାପିଟାଲ ନର୍ସରୀ

ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଏବଂ ଆଗକୁ

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣି ତାର ସମାଧାନ କରିବା ନିଷ୍ପତ୍ତି ନେଇଛନ୍ତି । ତେବେ

ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନର ପନ୍ଥା ବାହାର କରାଯାଉଥିବାରୁ ଲୋକମାନେ

ମଧ୍ୟ ବିଶ୍ୱାସ କରିକି ଆସୁଛନ୍ତି ।ଏଥି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ପ୍ରକୋଷ୍ଠରେ କେମିତି

ସୁରୁଖୁରୁରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ ଓ ଶୁଣାଣୀ ସୁବିଧା ରେ ହୋଇ ପାରିବ ସେଥିପାଇଁ

ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରକୋଷ୍ଠରେ ବସିବାକୁ ସମସ୍ତ ସୁବିଧା କରାଯାଇଛି

। ଚାରିପଟରେ କୁଲର ଓ ଫ୍ୟାନ ଲାଗିବା ସାଙ୍ଗକୁ ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା ହୋଇଛି ।

ଏହି ଶୁଣାଣିରେ ସ୍ୱାସ୍ଥ୍ୟ

ମନ୍ତ୍ରୀ ମୁକେଶ ମହାଳିଙ୍ଗ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ

ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିଯୋଗ ଶୁଣୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande