ପଞ୍ଚାୟତରାଜ ବ୍ୟବସ୍ଥାକୁ ସ୍ଵଚ୍ଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଞ୍ଚାୟତ ପୁରସ୍କାର
ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ପଞ୍ଚାୟତରାଜ ବ୍ୟବସ୍ଥାକୁ ସ୍ଵଚ୍ଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଞ୍ଚାୟତ ପୁରସ୍କାର । ଯେଉଁଥିପାଇଁ ଖର୍ଚ୍ଚ ହେବ ୪ କୋଟି ଟଙ୍କା। ଯେଉଁ ଗ୍ରାମ ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଗୁଡ଼ିକ ରାଜ୍ୟରେ ସୁଶାସନ ,ଜୀବିକା ସୁଦୃଢ଼ୀକର
ପଞ୍ଚାୟତରାଜ ବ୍ୟବସ୍ଥାକୁ     ସ୍ଵଚ୍ଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଞ୍ଚାୟତ ପୁରସ୍କାର


ଭୁବନେଶ୍ୱର, 28 ଜୁଲାଇ (ହି.ସ.)- ପଞ୍ଚାୟତରାଜ

ବ୍ୟବସ୍ଥାକୁ ସ୍ଵଚ୍ଛଳ କରିବା ପାଇଁ ପ୍ରଦାନ କରାଯିବ ରାଜ୍ୟ ପଞ୍ଚାୟତ ପୁରସ୍କାର । ଯେଉଁଥିପାଇଁ

ଖର୍ଚ୍ଚ ହେବ ୪ କୋଟି ଟଙ୍କା। ଯେଉଁ ଗ୍ରାମ ପଞ୍ଚାୟତ,ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଗୁଡ଼ିକ ରାଜ୍ୟରେ ସୁଶାସନ ,ଜୀବିକା ସୁଦୃଢ଼ୀକରଣ ଓ

ସାର୍ବଜନୀନ ଉତ୍କୃଷ୍ଟ ସେବା ପ୍ରଦାନ କରିବେ ସେମାନେ ପାଇବେ ଏହି ରାଜ୍ୟ ପଞ୍ଚାୟତ ପୁରସ୍କାର

ବୋଲି ସୂଚନା ଦେଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବି ନାୟକ । ସ୍ଥାନୀୟ କ୍ଷେତ୍ରର ସ୍ଥାୟୀ

ଉନ୍ନତି ଲକ୍ଷ୍ୟର ୯ଟି ବିଷୟ ଅର୍ଥାତ୍ ମନରେଗା,ସ୍ୱଚ୍ଛତା - ବାହ୍ୟ ମଳମୁକ୍ତ ,ଜଳ ଜୀବନ ମିଶନ,ସୁଶାସନ,ଦକ୍ଷତା ବିକାଶ,ଆୟ ସ୍ରୋତ ବୃଦ୍ଧି, ଅନଲାଇନ୍ ଅଡିଟ, ମହିଳାଙ୍କ ଭାଗିଦାରୀ ବୃଦ୍ଧି ପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ

ପ୍ରଦର୍ଶନ ଆଧାରରେ ପୁରସ୍କାର ପ୍ରଦାନ କରାଯିବ। ରାଜ୍ୟ ସ୍ତରରୁ ବ୍ଲକ୍ ଯାଏ ୨୫ ଲକ୍ଷ ଟଙ୍କା

ଅର୍ଥ ରାଶି ରୁ ୧ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।

ଏଲଏସଡିଜିଏସର ପ୍ରତ୍ୟେକ

ବିଭିନ୍ନ ବିଷୟ ଉପରେ ଟପ୍ ୩ ଗ୍ରାମ ପଞ୍ଚାୟତମାନେ ପ୍ରତ୍ୟେକ ବିଷୟ ପାଇଁ ଅଲଗା ଭାବେ

ପ୍ରୋତ୍ସାହନ ପୁରସ୍କାର ପାଇବେ । ଯଥାକ୍ରମେ 25 ଲକ୍ଷ ଟଙ୍କା ପ୍ରଥମ, 20 ଲକ୍ଷ ଦ୍ଵିତୀୟ ପୁରସ୍କାର ରାଶି, ଓ 15 ଲକ୍ଷ ଟଙ୍କା

ତୃତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ଦିଆଯିବ । ଜିଲ୍ଲା ସ୍ତରରେ ପ୍ରତ୍ୟେକ ଜିଲ୍ଲାରେ LSDG ବିଷୟ ଅନୁଯାୟୀ

ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଦେଖାଇଥିବା ଟପ୍ ୩ ଗ୍ରାମ ପଞ୍ଚାୟତମାନେ ପ୍ରାଥମିକ ଅର୍ଥରାଶି

ପୁରସ୍କାରପାଇବେ। ପ୍ରଥମକୁ 15 ଲକ୍ଷ ଦ୍ବିତୀୟକୁ 10ଲକ୍ଷ, ଓ ତୃତୀୟକୁ 5 ଲକ୍ଷର ରାଶି ପ୍ରଦାନ କରାଯିବ । ପ୍ରତ୍ୟେକ ବ୍ଲକ୍ ସ୍ତରରେ ଟପ୍ ୩ ଗ୍ରାମ ପଞ୍ଚାୟତମାନେ

ସ୍ମାରକ କୃତଜ୍ଞତା ପତ୍ର ପାଇବେ । ପୁରସ୍କାର

ବାବଦରେ ପ୍ରଥମକୁ 3 ଲକ୍ଷ, ଦ୍ବିତୀୟକୁ 2ଲକ୍ଷ ଓ ତୃତୀୟକୁ 1 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ।ରାସ୍ତା ଘାଟ, ପାନୀୟ ଜଳ, ଡିଜିଟାଲ

କ୍ଷେତ୍ରରେ ଅନଲାଇନ ବ୍ୟବସ୍ଥା ସୁଦୃଢ଼ କରିବେ, ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରିବେ, ଅଙ୍ଗନବାଡି

କେନ୍ଦ୍ରର ମରାମତିକୁ ଦେବେ ଗୁରୁତ୍ୱ, ଖେଳ ପଡ଼ିଆ ଓ ଖେଳ ସାମଗ୍ରୀର ଉନ୍ନତି ଆଦିକୁ ଦିଆଯିବ ଗୁରୁତ୍ୱ ।

ଜନତାଙ୍କୁ ଭଲ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ବାଚିତ ହୋଇଥିବା ପ୍ରତିନିଧି ଓ ପ୍ରଶାସନିକ

ଅଧିକାରୀଙ୍କ ସମେତ ପଞ୍ଚାୟତର ସାମାଜିକ କର୍ମୀଙ୍କର ମଧ୍ୟ ଗୁରୁ ଦାୟିତ୍ୱ ରହିଛି ବୋଲି

କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜମନ୍ତ୍ରୀ ରବି ନାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande