ସମସ୍ତ ଆତଙ୍କବାଦର ମୂଳ ପାକିସ୍ତାନ ଓ ପାକିସ୍ତାନ କଂଗ୍ରେସର ଭୁଲ- ଅମିତ ଶାହ
ନୂଆଦିଲ୍ଲୀ, 29 ଜୁଲାଇ (ହି.ସ.)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକସଭାରେ କଂଗ୍ରେସ ଉପରେ ତୁଷ୍ଟିକରଣର ରାଜନୀତି କରିବା ଓ ପାକିସ୍ତାନ ପ୍ରତି ନରମ ନୀତି ଆପଣାଇବାର ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ଆତଙ୍କବାଦର ମୂଳ ପାକିସ୍ତାନ ଓ ପାକିସ୍ତାନ
ସମସ୍ତ ଆତଙ୍କବାଦର ମୂଳ ପାକିସ୍ତାନ ଓ ପାକିସ୍ତାନ     କଂଗ୍ରେସର ଭୁଲ- ଅମିତ ଶାହ


ନୂଆଦିଲ୍ଲୀ, 29 ଜୁଲାଇ (ହି.ସ.)- କେନ୍ଦ୍ର

ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଲୋକସଭାରେ କଂଗ୍ରେସ ଉପରେ ତୁଷ୍ଟିକରଣର ରାଜନୀତି କରିବା ଓ

ପାକିସ୍ତାନ ପ୍ରତି ନରମ ନୀତି ଆପଣାଇବାର ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ସମସ୍ତ

ଆତଙ୍କବାଦର ମୂଳ ପାକିସ୍ତାନ ଓ ପାକିସ୍ତାନ କଂଗ୍ରେସର ଭୁଲ୍ ଅଟେ।

ଗୃହମନ୍ତ୍ରୀ ଅମିତ ଶାହ କାଲିଠାରୁ

ଲୋକସଭାରେ ଆରମ୍ଭ ହୋଇଥିବା ପହେଲଗାମ୍ ଆତଙ୍କବାଦୀ ଆକ୍ରମଣ ଜବାବରେ ଭାରତକୁ ସଶକ୍ତ, ସଫଳ ଓ ନିର୍ଣ୍ଣାୟକ 'ଅପରେସନ୍ ସିନ୍ଦୂର' ବିଷୟରେ ବିଶେଷ ଆଲୋଚନାରେ ଅଂଶ ଆଜି ବି ଭାଗ ନେଇଥିଲେ। ସେ ଅପରେସନ୍

ମହାଦେବ୍,

ପହେଲଗାମ୍ ଆକ୍ରମଣ ଉପରେ ଏନ୍‌ଆଇଏ ତଦନ୍ତ, ସମଗ୍ର ଘଟଣାକ୍ରମ ଓ ଆତଙ୍କବାଦ ବିରୁଦ୍ଧରେ ବିଜେପି ସରକାରର ଶୂନ୍ୟ

ସହିଷ୍ଣୁତା ନୀତି ବିଷୟରେ ଅବଗତ କରାଇଥିଲେ।

ସେ କଂଗ୍ରେସ ସରକାର ଶାସନରେ

କରାଯାଇଥିବା ଐତିହାସିକ ଭୁଲ୍ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଓ ତୁଷ୍ଟିକରଣ ମାମଲାରେ କଂଗ୍ରେସକୁ

ଟାର୍ଗେଟ କରିଥିଲେ। ସେ କହିଥିଲେ, କଂଗ୍ରେସ ହିଁ ଦେଶ ବିଭାଜନକୁ ସ୍ୱୀକାର କରିଥିଲା। ୧୯୪୮ ମସିହାରେ

ପିଓକେ (ପାକ ଅଧିକୃତ କଶ୍ମୀର)ବିନା ହାସଲ କରି ଯୁଦ୍ଧବିରାମ ଘୋଷଣା ଓ ୧୯୭୧ ମସିହାରେ ବଡ଼ ବିଜୟ

ମିଳିବା ପରେ ମଧ୍ୟ ପିଓକେ ନନେବା ବଡ଼ ଭୁଲ୍ ଥିଲା। ସେ କହିଛନ୍ତି, ଯଦି ଏହା କରାଯାଇଥାନ୍ତା, ତେବେ ନାଁ ବାଉଁଶ ଥାନ୍ତା ନାଁ ବଇଁଶୀ ବାଜିଥାନ୍ତା ।ସେ

କହିଛନ୍ତି,

“ପାକିସ୍ତାନ କଂଗ୍ରେସର ଭୁଲ୍ ଫଳ। ଯଦି

ସେମାନେ ବିଭାଜନ ଗ୍ରହଣ କରିନଥାନ୍ତେ, ତେବେ ଆଜି ପାକିସ୍ତାନ ରହିନଥାନ୍ତା।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande