ଶ୍ରୀନଗର, 29 ଜୁଲାଇ (ହି.ସ.)- ପହେଲଗାମ୍
ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସହିତ ଦୁଇ ଆତଙ୍କବାଦୀ ଶ୍ରୀନଗର ନିକଟରେ ସୁରକ୍ଷାବଳଙ୍କ
ସହିତ ହୋଇଥିବା ଗୁଳି ବିନିମୟରେ ନିହତ ହେବା ପରେ ମଙ୍ଗଳବାର ଏନଆଇଏ ଟିମ୍ ଏହାର ତଦନ୍ତ ଆରମ୍ଭ
କରିଛି । ଏନ୍ଆଇଏର ଏକ ଟିମ୍ ମଙ୍ଗଳବାର ଭୋର୍ ସମୟରେ ନିହତ ତିନି ଆତଙ୍କବାଦୀଙ୍କ ଶବ ଚିହ୍ନଟ କରିବା
ପାଇଁ ପୋଲିସ କଣ୍ଟ୍ରୋଲ୍ ରୁମରେ ପହଞ୍ଚିଥିଲେ।
ଅଧିକାରୀମାନେ କହିଛନ୍ତି
ଯେ ପହେଲଗାମ୍ ଆକ୍ରମଣ ସମୟରେ ବ୍ୟବହୃତ ହୋଇଥିବା ସାଟେଲାଇଟ୍ ଫୋନ୍ ପୁନଃ ସକ୍ରିୟ ହେବାର ସୂଚନା
ମିଳିବା ପରେ ସୁରକ୍ଷାବଳ ‘ମହାଦେବ୍’ ନାମକ
ଅପରେସନ୍ ଆରମ୍ଭ କରିଥିଲେ।
ସେନାର ବିଶେଷ ପାରା
କମାଣ୍ଡୋମାନେ ସୋମବାର ଦାଚିଗାମ୍ ଜାତୀୟ ଉଦ୍ୟାନ ନିକଟର ହରୱାନ୍ ଅଞ୍ଚଳର ମୁଲନାର୍ ଠାରେ
ହୋଇଥିବା ଗୁଳି ବିନିମୟରେ ପହେଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ୍ ଓରଫ ଆସିଫ୍ କୁ ତାର
ଦୁଇ ସାଥୀ ସହିତ ଏନକାଉଣ୍ଟରରେ ମାରିଛନ୍ତି ।
ଏହି କାର୍ଯ୍ୟାନୁଷ୍ଠାନରେ
ନିହତ ହୋଇଥିବା ଅନ୍ୟ ଦୁଇ ଆତଙ୍କବାଦୀଙ୍କ ଚିହ୍ନଟ ଜିବ୍ରାନ୍ ଓ ହମ୍ଜା ଆଫଗାନୀ ଭାବରେ ହୋଇଛି।
ଜିବ୍ରାନ୍ ଗତ ବର୍ଷ ଅକ୍ଟୋବରରେ ଗଗନଗୀର୍ ରେ ସୋନମାର୍ଗ ଟନେଲ୍ ପ୍ରକଳ୍ପ ଉପରେ ଘଟିଥିବା
ଆତଙ୍କବାଦୀ ଆକ୍ରମଣରେ ଜଡିତ ଥିବା ଅନୁମାନ କରାଯାଉଛି, ଯେଉଁ ଆକ୍ରମଣରେ ଜଣେ ଡାକ୍ତର ସହିତ ସାତଜଣ ନିହତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା