ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ଚାରି ଦେଶର ରାଷ୍ଟ୍ରଦୂତ
ନୂଆଦିଲ୍ଲୀ, 29 ଜୁଲାଇ (ହି.ସ.) - ଚାରିଟି ଦେଶର ରାଜଦୂତ ଓ ଉଚ୍ଚାୟୁକ୍ତମାନେ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଔପଚାରିକ ସମାରୋହରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଚୟନପତ୍ର ଦାଖଲ କରିଛନ୍ତି। ପରିଚୟ ପତ୍ର ପ୍ରଦାନ କରିଥିବା ଦେଶଗୁଡ଼ିକ ଡୋମ
ରାଷ୍ଟ୍ରପତିଙ୍କୁ ପରିଚୟ     ପତ୍ର ପ୍ରଦାନ କଲେ ଚାରି ଦେଶର ରାଷ୍ଟ୍ରଦୂତ


ନୂଆଦିଲ୍ଲୀ, 29 ଜୁଲାଇ (ହି.ସ.)

- ଚାରିଟି ଦେଶର

ରାଜଦୂତ ଓ ଉଚ୍ଚାୟୁକ୍ତମାନେ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଔପଚାରିକ ସମାରୋହରେ

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଚୟନପତ୍ର ଦାଖଲ କରିଛନ୍ତି। ପରିଚୟ ପତ୍ର

ପ୍ରଦାନ କରିଥିବା ଦେଶଗୁଡ଼ିକ ଡୋମିନିକନ୍ ଗଣରାଜ୍ୟ, ତିମୋର୍-ଲେସ୍ତେ,ଶ୍ରୀଲଙ୍କା ଓ ଗେବୋନିଜ ଗଣରାଜ୍ୟ ।

ରାଷ୍ଟ୍ରପତି ଭବନ ଅନୁସାରେ

ରାଷ୍ଟ୍ରପତିଙ୍କୁ ନିଜ ପରିଚୟପତ୍ର ଦାଖଲ କରିଥିବା ରାଜନୈତିକ ପ୍ରତିନିଧିମାନଙ୍କ ମଧ୍ୟରେ

ଡୋମିନିକନ୍ ଗଣରାଜ୍ୟର ରାଜଦୂତ ଫ୍ରାନ୍ସିସ୍କୋ ମାନୁଏଲ୍ କୋମ୍ପ୍ରେସ୍ ହେର୍ନାନ୍ଡେଜ୍, ତିମୋର୍-ଲେସ୍ତେ ଲୋକତାନ୍ତ୍ରିକ ଗଣରାଜ୍ୟର ରାଜଦୂତ କାର୍ଲିଟୋ ନୁନ୍ସ, ଶ୍ରୀଲଙ୍କାର ଉଚ୍ଚାୟୁକ୍ତ ପ୍ରଦୀପା ମହିଶିନୀ କୋଲୋନ୍ ଓ ଗ୍ୟାବୋନିଜ୍

ଗଣରାଜ୍ୟର ଉଚ୍ଚାୟୁକ୍ତ ରୋଡ୍ରିଗ୍ ଡିକାୟି ଅନ୍ତର୍ଭୁକ୍ତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande