ସମ୍ବଲପୁର, ୨୯ ଜୁଲାଇ (ହି.ସ.)
ଗତ ୧୪ ତାରିଖ ଜମନକିରା ବ୍ଲକ ଯୁଗ୍ମ ଅଭିଯୋଗ ଶୁଣାଣିରେ ଫାଶୀମାଲ ପଞ୍ଚାୟତର ଚାଷୀନେତା ଦିଲ୍ଲୀପ ପଟେଲ ଦେଇଥିବା ଆତ୍ମହତ୍ୟା ଚେତାବନୀ ଶେଷରେ ଆଜି ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପାଇବା ପରେସ୍ଥଗିତ ହୋଇଛି । ସୂଚନା ମୁତାବକ ୨୦୨୨ ଫସଲ ବୀମା ରେ ପ୍ରଶାସନିକ ତ୍ରୁଟି ପାଈଁ କୁଲୁଣ୍ଡି, ବଡ଼ରମା ଏବଂ ଫାଶୀମାଲ ତିନୋଟି ପଞ୍ଚାୟତ ର ଚାଷୀ ଫସଲବୀମା ପାଇବାରୁ ବଂଚିତ ହୋଇଥିଲେ ଫଳରେ ଚାଷୀ ମାନେ ବିଭିର୍ଣ୍ଣ ଅଭିଯୋଗ ଶୁଣାଣି, ଜିଲ୍ଲାପାଳ ସମେତ କୃଷି ମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା ବାଧ୍ୟ ହୋଇ ଚାଷୀ ନେତା ଦିଲୀପ ପଟେଲ ଗତ ୧୪ ତାରିଖ ଜମନକିରା ବ୍ଲକ ସଭା ଗୃହ ରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ରେ ଆସନ୍ତା ୩୦ ତାରିଖ ସୁଦ୍ଧା କୌଣସି ପଦକ୍ଷେପ ନ ନେଲେ ଆତ୍ମହୁତି ଦେବି ବୋଲି ବିଭିନ୍ନ ଗଣମାଧ୍ୟମ ଜରିଆ ରେ ପ୍ରଶାସନ କୁ ଚେତାବନୀ ଦେଇଥିଲେ,ଉକ୍ତ ଚେତାବନୀ କୁ ଆଧାର କରି ଆଜି ସମ୍ବଲପୁର ଜିଲ୍ଲା କୃଷି ଅଧିକାରୀ ହେମନ୍ତ ଜେନା,କୁଚିଣ୍ଡା କୃଷି ଅଧିକାରୀ ପ୍ରଶ୍ନ କୁମାର ସ୍ୱାଇଁ,ଜମନକିରା କୃଷି ଅଧିକାରୀ କାଦମ୍ବନି ସଥପତି, ସହକାରୀ କୃଷି ଅଧିକାରୀ ସମ୍ବଲପୁର ଅନ୍ଵେଷା ଦଳବେହେରା ଙ୍କ ସମେତ ଅନେକ କୃଷି ଅଧିକାରୀ ଚାଷୀ ନେତା ଦିଲୀପ ପଟେଲ ଙ୍କ ଘରକୁ ଆସି ୨୦୨୨ ଫସଲ ବୀମା ସମ୍ପର୍କ ରେ ଆଲୋଚନା କରି ବିହିତ ପଦକ୍ଷେପ ନେବେ ବୋଲି ଲିଖିତ ପ୍ରତିଶୃତି ଦେଇ ତାଙ୍କ ଚରମ ନିଷ୍ପତି କୁ ସ୍ଥଗିତ ରଖିବା ପାଈଁ ଅନୁରୋଧ କରିଥିଲେ l
ଫଳରେ ଚାଷୀ ନେତା ଆତ୍ମହୁତି ପରି ଚରମ ନିଷ୍ପତି କୁ ସ୍ଥଗିତ ରଖିଥିବା କହିଛନ୍ତି ଦିଲ୍ଲୀପ ପଟେଲ
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ