ଭୁବନେଶ୍ୱର, 3 ଜୁଲାଇ (ହି.ସ.)- କେନ୍ଦ୍ରୀୟ ଶିକ୍ଷା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିପୁରାବାସୀଙ୍କୁ ପବିତ୍ର ଖାରଚି ପୂଜା ଅବସରରେ ହାର୍ଦ୍ଦିକ
ଶୁଭେଚ୍ଛା ଜଣାଇଛନ୍ତି। ଏହି ଲୋକପର୍ବ ପୃଥ୍ୱିବୀ ମାତାଙ୍କ ଉପାସନାକୁ ସମର୍ପିତ ଅଟେ ତଥା ମାନବ
ଏବଂ ପ୍ରକୃତି ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କକୁ ଦର୍ଶାଇଥାଏ।
ନିଜ ସୋସିଆଲ୍ ମିଡିଆ ବାର୍ତ୍ତାରେ ଶ୍ରୀ
ପ୍ରଧାନ ଲେଖିଛନ୍ତି ଯେ, ତ୍ରିପୁରାର ସମସ୍ତ ଭଉଣୀ ଓ ଭାଇମାନଙ୍କୁ ଖାରଚି ପୂଜାର ପବିତ୍ର ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା।
ଏହି ପବିତ୍ର ପର୍ବ ପୃଥ୍ୱିବୀ ମାତା ସହ ଆତ୍ମୀୟ ସମ୍ପର୍କର ପ୍ରତୀକ, ଯାହା ମାନବତା ଓ ପ୍ରକୃତି ମଧ୍ୟରେ
ଭାରତୀୟ ଜୀବନ ଦର୍ଶନରେ ନିହିତ ଥିବା ସମନ୍ୱୟମୂଳକ ସମ୍ପର୍କକୁ ପ୍ରତିବିମ୍ବିତ କରେ। ଏହି ପର୍ବ
ସମସ୍ତଙ୍କ ପାଇଁ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଆଣିଦେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା