ପିଏମ ମୋଦିଙ୍କୁ ଘାନାରେ ସର୍ବୋଚ୍ଚ ସମ୍ମାନ ଦିଆଯିବା ଦେଶ ପାଇଁ ଗର୍ବର ବିଷୟ-ମୁକେଶ ମହାଲିଙ୍ଗ
ଭୁବନେଶ୍ୱର-3 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାରେ ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯାଇଛି । ଯାହାକି ଦେଶ ପାଇଁ ଗର୍ବର ବିଷୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯ
ପିଏମ ମୋଦିଙ୍କୁ ଘାନାରେ ସର୍ବୋଚ୍ଚ     ସମ୍ମାନ ଦିଆଯିବା ଦେଶ ପାଇଁ ଗର୍ବର ବିଷୟ-ମୁକେଶ ମହାଲିଙ୍ଗ


ଭୁବନେଶ୍ୱର-3 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦିଙ୍କୁ ଘାନାରେ ସର୍ବୋଚ୍ଚ ବେସାମରିକ ସମ୍ମାନ ଦିଆଯାଇଛି । ଯାହାକି ଦେଶ ପାଇଁ ଗର୍ବର ବିଷୟ

ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ

ମନ୍ତ୍ରୀ କହିଛନ୍ତି ଯେ, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର

ସର୍ବୋଚ୍ଚ ବେସାମରିକ ସମ୍ମାନ 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ କରିଛନ୍ତି ଘାନାର ମାନନୀୟ

ରାଷ୍ଟ୍ରପତି। ଏହି ସମ୍ମାନ ଦେଶ ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ, ଯାହାକି ବିଶ୍ୱ ଦରବାରରେ ଭାରତର ଶକ୍ତି, ସାମର୍ଥ୍ୟକୁ ପ୍ରମାଣିତ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande