ନୂଆଦିଲ୍ଲୀ, 3 ଜୁଲାଇ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଐତିହାସିକ ଘାନା ଯାତ୍ରା ସମୟରେ, ଭାରତ ଓ ଘାନା ମଧ୍ୟରେ ଦ୍ୱିପକ୍ଷୀୟ
ସମ୍ପର୍କ 'ବ୍ୟାପକ ଅନୁବନ୍ଧ' ର ଏକ ନୂତନ ସ୍ୱରୂପ
ମିଳିଛି । ଏହି ଯାତ୍ରା ସମୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବୃହତ୍ତ କରିବା ପାଇଁ ଚାରିଟି
ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସମ୍ପନ୍ନ ହୋଇଛି ଓ ପ୍ରଧାନମନ୍ତ୍ରୀଙ୍କୁ ଘାନାର ସର୍ବୋଚ୍ଚ ନାଗରିକ
ସମ୍ମାନରେ ସମ୍ମାନିତ କରାଯାଇଛି। ଅକ୍ରା ସ୍ଥିତ ଜୁବିଲି ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଓ
ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମାହାମାଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା,
ଯାହା
ପରେ ଉଭୟ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାଗ ନେଇଥିଲେ। ଏହା ତିନି ଦଶକରେ ଘାନାକୁ
କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ରାଜକୀୟ ଯାତ୍ରା ଅଟେ।
ବୈଠକରେ ଦ୍ୱିପାକ୍ଷିକ ସହଯୋଗକୁ ନୂତନ କ୍ଷେତ୍ରର ବିସ୍ତାର କରିବା ଉପରେ ସମ୍ମତି ହୋଇଥିଲା।
ବାଣିଜ୍ୟ, ନିବେଶ, କୃଷି, ସ୍ୱାସ୍ଥ୍ୟ,
ଡିଜିଟାଲ୍
ପ୍ରଯୁକ୍ତି, ପ୍ରତିରକ୍ଷା ଓ ଉର୍ଜା କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦିଆଯାଇଥିଲା।
ଭାରତ, ଡିଜିଟାଲ୍ ଆଦାନ-ପ୍ରଦାନ ପ୍ରଣାଳୀ ,
ଔଷଧ
ସୁବିଧା (ଜନ ଔଷଧି), କୌଶଳ ବିକାଶ ଓ ଟୀକା ଉତ୍ପାଦନ କ୍ଷେତ୍ରରେ ନିଜର ଅନୁଭବ ସେୟାର
କରିବା ପାଇଁ ପ୍ରସ୍ତାବ ରଖିଥିଲା। ସେଥିସହିତ, ଭାରତୀୟ ସମର୍ଥିତ ଆଧାରଭୂତ
ସଂରଚନା ପ୍ରକଳ୍ପଗୁଡିକ ଓ କ୍ଷମତାବୃଦ୍ଧି କାର୍ଯ୍ୟକ୍ରମଗୁଡିକୁ ଅଧିକ ସୁଦୃଢ଼ କରିବା ଉପରେ
ମଧ୍ୟ ଜୋର ଦିଆଯାଇଥିଲା।
ବାର୍ତ୍ତା ସମୟରେ ଚାରିଟି ଚୁକ୍ତି ପତ୍ରର ଆଦାନ-ପ୍ରଦାନ କରାଯାଇଥିଲା। ଏଥିରେ ସାଂସ୍କୃତିକ
ଆଦାନ-ପ୍ରଦାନ, ମାନକୀକରଣରେ ସହଯୋଗ, ପାରମ୍ପରିକ ଚିକିତ୍ସା
ଶିକ୍ଷା ଓ ଗବେଷଣା, ଏବଂ ଦୁଇ ଦେଶର ବିଦେଶ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ଯୁକ୍ତ ଆୟୋଗର ସଂସ୍ଥାଗତ
ବୈଠକ ସମ୍ମିଳିତ ରହିଛି । ଏହି ଚୁକ୍ତିପତ୍ରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶମାନଙ୍କ ମଧ୍ୟରେ
ନିରନ୍ତର ସଂଵାଦ ଓ ସହଯୋଗକୁ ସୁନିଶ୍ଚିତ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା