ଭୁବନେଶ୍ୱର, 3 ଜୁଲାଇ (ହି.ସ.)
ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ
ଓଡିଶା ଭିଜିଲାନ୍ସ ଆଜି ବଲାଙ୍ଗିର ଜିଲ୍ଲାର କଂଟାବାଂଜି ପୂର୍ତ୍ତବିଭାଗ ଅଧୀନ ଟିଟିଲାଗଡ ପୂର୍ତ୍ତଉପ-ବିଭାଗରେ କାର୍ଯ୍ୟରତ ସହାକାରୀ
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଶ୍ରୀ ଦିଲେଶ୍ୱର ମାଝିଙ୍କ ଛଅଟି ଠିକଣାରେ ଏକାସାଙ୍ଗରେ
ଚଢ଼ାଉ କରିଛି।
ଏହି କାର୍ଯ୍ୟାନୁଷ୍ଠାନବଲାଙ୍ଗିର ଭିଜିଲାନ୍ସର ସ୍ୱତନ୍ତ୍ର
ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ତଲାସୀ ୱାରେଣ୍ଟ ଅନୁଯାୟୀ କରାଯାଉଛି। ଏହି ଅଭିଯାନରେ
ଓଡିଶା ଭିଜିଲାନ୍ସର ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ଦଳ ସାମିଲ ଅଛନ୍ତି ।
ସମ୍ବଲପୁର ଟାଉନର ୟୁନିଟ୍-16ରେ ଥିବା ଜଣେ ଦୁଇ-ମହଲା ବିଲ୍ଡିଂ,
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-2ସ୍ଥିତ ଗାନ୍ଦାଘୋରା ମୌଜାରେ ଥିବା ଅନ୍ୟ ଜଣେ ଦୁଇ-ମହଲା ବିଲ୍ଡିଂ,ଗାନ୍ଦାଘୋରା, ନୁଆଡିହିରେ ଥିବା ଏକ ମାର୍କେଟ୍
କମ୍ପ୍ଲେକ୍ସ,ଲାହଣ୍ଡାବୁଡ଼, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର,ବଲାଙ୍ଗିର
ଜିଲ୍ଲାର କଂଟାବଂଜିରେ ଥିବା ପୂର୍ତ୍ତଡିଭିଜନ କାର୍ଯ୍ୟାଳୟରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ଟିଟିଲାଗଡ଼, ବଲାଙ୍ଗିରରେ ଥିବା ତାଙ୍କ ସରକାରୀ କ୍ୱାର୍ଟରରେ
ଭିଜିଲାନ୍ସ ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି ଓ ମାମଲାର ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା