ଅଗଷ୍ଟ 2ରେ ବାରଣାସୀରୁ କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଜାରି କରିବେ ପିଏମ ମୋଦି
ନୂଆଦିଲ୍ଲୀ, 30 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଅଗଷ୍ଟରେ କୃଷକ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଆୟୋଜିତ ଏକ ସମାରୋହରେ ଭାଗ ନେବେ। ୨୦ତମ କିସ୍ତିରେ ପ୍ରଧାନମନ୍ତ୍
ଅଗଷ୍ଟ 2ରେ ବାରଣାସୀରୁ     କିଷାନ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଜାରି କରିବେ ପିଏମ ମୋଦି


ନୂଆଦିଲ୍ଲୀ, 30 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ୨ ଅଗଷ୍ଟରେ କୃଷକ ସମ୍ମାନ ନିଧିର ପରବର୍ତ୍ତୀ କିସ୍ତି ଜାରି କରିବେ। ପ୍ରଧାନମନ୍ତ୍ରୀ

ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଆୟୋଜିତ ଏକ ସମାରୋହରେ ଭାଗ ନେବେ। ୨୦ତମ କିସ୍ତିରେ

ପ୍ରଧାନମନ୍ତ୍ରୀ ପ୍ରାୟ ୯.୭ କୋଟି କୃଷକଙ୍କୁ ପ୍ରାୟ ୨୦,୫୦୦ କୋଟି ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରିବେ।

ଏହି ସନ୍ଦର୍ଭରେ ବୁଧବାର

ଦିନ କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ

ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ୨ ଅଗଷ୍ଟରେ ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ

ନେତୃତ୍ୱରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମ ଓ ଅଧିକ ସଂଖ୍ୟାରେ କୃଷକଙ୍କୁ ଏହାର ଲାଭ

ନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ନେଇ ବ୍ୟାପକ ଆଲୋଚନା ହୋଇଥିଲା। ଏହି ବୈଠକରେ ଦେଶବ୍ୟାପୀ

୭୩୧ଟି କୃଷି ବିଜ୍ଞାନ କେନ୍ଦ୍ର, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ କୃଷି ବିଶ୍ୱବିଦ୍ୟାଳୟମାନଙ୍କ

ନିର୍ଦେଶକ,

କୁଳପତି ଓ ପ୍ରମୁଖମାନେ ଭର୍ଚୁଆଲ୍ ମାଧ୍ୟମରେ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande