କାମଚଟକା, 30 ଜୁଲାଇ (ହି.ସ.)- ରୁଷର ପୂର୍ବ ଉପକୂଳବର୍ତ୍ତୀ
ଅଞ୍ଚଳରେ ମଙ୍ଗଳବାର ସକାଳେ ୮.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଆସିଛି,
ଯାହା ପରେ ପ୍ରଶାନ୍ତ ମହାସାଗରରେ ସୁନାମି ସଚେତନତା
ଜାରି କରାଯାଇଛି। ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ରୁଷର କମଚାଟକା ଉପଦ୍ୱୀପ ନିକଟରେ ଏହି
ଭୂକମ୍ପ ଘଟିଛି ଓ ଏହା ଗତ ଦଶକରେ ଆସିଥିବା ଭୂକମ୍ପ
ଠାରୁ ଅଧିକ ଶକ୍ତିଶାଳୀ ଅଟେ। ଆଗାମୀ କିଛି ଘଣ୍ଟା ମଧ୍ୟରେ ଜାପାନ କୂଳରେ ବିପଦଜନକ ସୁନାମି ଲହଡି
ପହଞ୍ଚିବାର ଆଶଙ୍କା ରହିଛି। ଜାପାନ ସରକାର ସୁନାମି ଚେତାବନୀ ଜାରି କରିଛନ୍ତି । ସରକାର
ତଟବର୍ତ୍ତୀ ଅଞ୍ଚଳରେ ଥିବା ଲୋକଙ୍କୁ ତୁରନ୍ତ ସେଠାରୁ ପ୍ରସ୍ଥାନ କରିବାକୁ ନିର୍ଦ୍ଦେଶ ଦେଇଛି। ଅମେରିକା
ମଧ୍ୟ ଆଲାସ୍କା ସହିତ କିଛି ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା