ନାଗଚନ୍ଦ୍ରେଶ୍ୱର ମନ୍ଦିର- ଦର୍ଶନ ପାଇଁ ଦୁଇ କିଲୋମିଟର ଲମ୍ବା ଲାଇନ
ଉଜ୍ଜୟିନୀ, 30 ଜୁଲାଇ (ହି.ସ.)-ମହାକାଳେଶ୍ୱର ଭଗବାନ ମନ୍ଦିରର ଗର୍ଭଗୃହରେ ବିରାଜମାନ ଅଛନ୍ତି। ଭୂତଳରେ ଅଛି ଓଂକାରେଶ୍ୱର ମନ୍ଦିର, ତଥା ମନ୍ଦିର ଶିଖରର ଦ୍ୱିତୀୟ ତଳରେ ଅବସ୍ଥିତ ଅଛି ନାଗଚନ୍ଦ୍ରେଶ୍ୱର ମନ୍ଦିର। ଏହି ମନ୍ଦିରର ଦ୍ୱାର ପ୍ରତିବର୍ଷ କେବଳ ନାଗପଞ୍ଚମୀ ଦିନ ଖୋଲାଯାଏ ଓ
ନାଗଚନ୍ଦ୍ରେଶ୍ୱର ମନ୍ଦିର-     ଦର୍ଶନ ପାଇଁ ଦୁଇ କିଲୋମିଟର ଲମ୍ବା ଲାଇନ


ଉଜ୍ଜୟିନୀ, 30 ଜୁଲାଇ (ହି.ସ.)-ମହାକାଳେଶ୍ୱର ଭଗବାନ ମନ୍ଦିରର ଗର୍ଭଗୃହରେ ବିରାଜମାନ

ଅଛନ୍ତି। ଭୂତଳରେ ଅଛି ଓଂକାରେଶ୍ୱର ମନ୍ଦିର, ତଥା ମନ୍ଦିର ଶିଖରର

ଦ୍ୱିତୀୟ ତଳରେ ଅବସ୍ଥିତ ଅଛି ନାଗଚନ୍ଦ୍ରେଶ୍ୱର ମନ୍ଦିର। ଏହି ମନ୍ଦିରର ଦ୍ୱାର ପ୍ରତିବର୍ଷ କେବଳ ନାଗପଞ୍ଚମୀ ଦିନ ଖୋଲାଯାଏ ଓ ୨୪ ଘଣ୍ଟା

ଧରି ଦର୍ଶନ ଚାଲିଥାଏ। ଏଥର ମଧ୍ୟ ସୋମବାର ରାତି ୧୨ଟାରେ ଦ୍ୱାର ଖୋଲାଯାଇଥିଲା ଓ ମଙ୍ଗଳବାର

ରାତି ୧୨ଟାରେ ପୂଜା-ଆରତି ପରେ ପୁଣି ବର୍ଷକ ପାଇଁ ଦ୍ୱାର ବନ୍ଦ କରାଯାଇଛି। ଏହି ସମୟ ଅବଧି

ମଧ୍ୟରେ ଲୋକଙ୍କ ଦର୍ଶନ ଧାରା ନିରନ୍ତର ଚାଲିଥିଲା।

ଦର୍ଶନାର୍ଥୀଙ୍କ ଲାଇନ୍‌

ପ୍ରାୟ ଦୁଇ କିଲୋମିଟର ଯାଏଁ ଲମ୍ବି ଥିଲା । ଏହି ସମୟରେ ବର୍ଷା ମଧ୍ୟ ଲାଗିଥିଲା। ତଥାପି

ଶ୍ରଦ୍ଧାର ସୋତ ତାହାର ଜାଗାରେ ଦୃଢ଼ ରହିଲା ଓ ଲୋକେ ଦର୍ଶନ ପାଇଁ ଲାଇନ୍‌ରେ ଠିଆ ହୋଇଥିଲେ ।

ଆଠ ଫୁଟ୍ ଚଉଡା ବ୍ୟାରିକେଡିଂ ମଧ୍ୟରେ ମହିଳା, ପୁରୁଷ, ବୃଦ୍ଧ ଓ ଶିଶୁ

ଜୟ ମହାକାଳ ବୋଲି ଉଦଘୋଷ କରି ଆଗକୁ ବଢ଼ୁଥିଲେ। ସେମାନଙ୍କର ଏକମାତ୍ର ଲକ୍ଷ୍ୟ

ଥିଲା ନାଗଚନ୍ଦ୍ରେଶ୍ୱର ଭଗବାନଙ୍କ ଦର୍ଶନ

କରିବା। ଜିଲ୍ଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସୂଚାରୁ ଦର୍ଶନ ବ୍ୟବସ୍ଥା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande