ଟ୍ରମ୍ପ୍ ଙ୍କ ଶୁଳ୍କ ପରେ ମଧ୍ୟ କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ: ମାୟାବତୀ
ଲକ୍ଷ୍ନୌ, ୩୧ ଜୁଲାଇ (ହି.ସ.)- ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆମେରିକାର ଶୁଳ୍କ ବୃଦ୍ଧି ଉପରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟା
ଟ୍ରମ୍ପ୍ ଙ୍କ ଶୁଳ୍କ ପରେ ମଧ୍ୟ କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ: ମାୟାବତୀ


ଲକ୍ଷ୍ନୌ, ୩୧ ଜୁଲାଇ (ହି.ସ.)- ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆମେରିକାର ଶୁଳ୍କ ବୃଦ୍ଧି ଉପରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଜାତୀୟ ସ୍ୱାର୍ଥ ସହିତ ସାଲିସ୍ କରିବ ନାହିଁ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଗୁରୁବାର ତାଙ୍କ ସୋସିଆଲ ମିଡିଆ ଆକାଉଂଟ ଏକ୍ସ ରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ଏହାକୁ 'ବନ୍ଧୁ' ଦେଶ ବୋଲି କହିବା ସତ୍ୱେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ରୁ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଏବଂ ରୁଷରୁ ତୈଳ ଆମଦାନୀ ଉପରେ ଜରିମାନା ଲଗାଇବା ପରେ ଦେଖାଦେଇଥିବା ନୂତନ ଚ୍ୟାଲେଞ୍ଜକୁ କେନ୍ଦ୍ର ସରକାର ସୁଯୋଗ ଏବଂ ସ୍ୱାବଲମ୍ବନରେ ପରିଣତ କରି ଦେଶର ଅର୍ଥନୀତିକୁ ପ୍ରଭାବିତ ହେବାକୁ ଦେବେ ନାହିଁ । ଏହାକୁ ନେଇ ଦେଶକୁ ଦିଆଯାଇଥିବା ଏହି ଆଶ୍ୱାସନା ଉପରେ 'କୃଷକ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଏବଂ ଜାତୀୟ ସ୍ୱାର୍ଥ ପାଇଁ କୌଣସି ସାଲିସ କରାଯିବ ନାହିଁ' । ଦେଶ ଆଶା କରୁଛି ଯେ, କେନ୍ଦ୍ର ସରକାର ଏହା କରି ଦେଖାଇବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande