କନ୍ଧମାଳ, ୩୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ବେଦ ଭୁଷଣଙ୍କୁ ନିଜସ୍ବ ଅଭିନବ ଢଙ୍ଗରେ ସ୍ୱାଗତ ଜଣାଇଛନ୍ତି ଫୁଲବାଣୀର ଚିତ୍ରକର ପ୍ରସାଦ ସୋନୁ। କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଗତ ସୋମବାର ଦିନ ଯୋଗ ଦେଇଛନ୍ତି ବେଦ ଭୁଷଣ । ତାଙ୍କୁ ଏହି ଅବସରରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ସମାଜସେବୀ ମାନେ ଔପଚାରିକ ସାକ୍ଷାତ କରି ପୁଷ୍ପଗୁଛ ଦେଇ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ।
ଏହି ଅବସରରେ ଫୁଲବଣୀର ଯୁବ ଚିତ୍ରଶିଳ୍ପୀ ପ୍ରସାଦ ସୋନୁ, ଜିଲ୍ଲାପାଳଙ୍କ ଏକ ଚିତ୍ର ପ୍ରସ୍ତୁତ କରି ତାଙ୍କୁ ସ୍ବାଗତ ଜଣାଇଛନ୍ତି। ଜିଳ୍ଲାପାଳ ତାଙ୍କୁ ସାଧୁବାଦ ଜଣାଇବା ସହ ଆଗକୁ ଶିକ୍ଷା ଓ ଚିତ୍ର କଳା ଦିଗରେ କ'ଣ ଲକ୍ଷ୍ୟ ରହିଛି ବୋଲି ପଚାରିବା ସହିତ ପାଠପଢା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପରାମର୍ଶ ଦେଇଥିଲେ।
ଏଥି ପୂର୍ବରୁ ପ୍ରସାଦ, କନ୍ଧମାଳର ଜିଲ୍ଲାପାଳ ବୃନ୍ଦା. ଡି, ଆଶିଷ ଈଶ୍ୱର ପାଟିଲ ଅମୃତ ରୁତୁରାଜଙ୍କୁ ମଧ୍ୟ ତାଙ୍କର ଚିତ୍ର ଉପହାର ଦେଇ ସ୍ବାଗତ କରିଥିଲେ । ସେମାନେ ମଧ୍ୟ ପ୍ରସାଦଙ୍କ ଉଜ୍ବଳ ଭବିଷ୍ଯତର କାମନା କରିବା ସହିତ ଶୁଭକାମନା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ