ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ତିନି ଦିନିଆ ଗଣଧାରଣା ସାମୟିକ ଭାବେ ସମାପ୍ତ
କେନ୍ଦୁଝର, ୩୧ ଜୁଲାଇ (ହି.ସ.)- ଆଜି ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ତିନି ଦିନିଆ ଗଣଧାରଣା ସାମୟିକ ଭାବେ ସମାପ୍ତ ହୋଇଛି। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏହି ଗଣଧାରଣା ଚାଲିଥିଲା ଜିଲ୍ଲା ସାରାରୁ ବୁଦ୍ଧିଜୀବୀ ଆସି ଏଥିରେ ସାମିଲ ହୋଇଥିଲେ। ଉଦ୍ଦେଶ୍ୟ ଥିଲା ଜ
ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ତିନି ଦିନିଆ ଗଣଧାରଣା ସାମୟିକ ଭାବେ ସମାପ୍ତ


କେନ୍ଦୁଝର, ୩୧ ଜୁଲାଇ (ହି.ସ.)- ଆଜି ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ପକ୍ଷରୁ ଚାଲିଥିବା ତିନି ଦିନିଆ ଗଣଧାରଣା ସାମୟିକ ଭାବେ ସମାପ୍ତ ହୋଇଛି। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏହି ଗଣଧାରଣା ଚାଲିଥିଲା ଜିଲ୍ଲା ସାରାରୁ ବୁଦ୍ଧିଜୀବୀ ଆସି ଏଥିରେ ସାମିଲ ହୋଇଥିଲେ। ଉଦ୍ଦେଶ୍ୟ ଥିଲା ଜିଲ୍ଲାର ସ୍ୱାଭିମାନ ତଥା ଅସ୍ମିତା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ଥିତି ରକ୍ଷା କରି ପୂର୍ବ ଗୌରବ ଫେରାଇ ଆଣିବା।

ଉଲ୍ଲେଖଯୋଗ୍ୟ କି ୧୯୫୭ ମସିହାରୁ ଭୂତତ୍ତ୍ଵ ବିଭାଗକୁ ନେଇ କେନ୍ଦୁଝର ସାଇନ୍ସ କଲେଜ ପ୍ରତିଷ୍ଠା ହୋଇଥିଲା ଯାହା ପରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଥିଲା। ଏଠାରୁ ଅନେକ ଛାତ୍ରଛାତ୍ରୀ ପାସ କରି ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି ଏପରିକି କେତେଜଣ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇ ସାରିଛନ୍ତି। ହେଲେ ଏବେ ଧରଣୀଧର ବିଶ୍ଵବିଦ୍ୟାଳୟ ହେଲା ପରେ ଏହି ପୁରୁଣା କଲେଜକୁ ଚଞ୍ଚକତା କରି ଲୋପ କରି ଦିଆଗଲା ବୋଲି ସରକାରୀ ଭାବେ କୁହାଯାଇଛି। ଫଳରେ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ କାଗଜପତ୍ରରେ ନିଜ ଅସ୍ତିତ୍ୱ ହରାଇଛି। ବିଶ୍ୱବିଦ୍ୟାଳୟ ନାମରେ କଲେଜ ସମ୍ପତ୍ତି ହଡ଼ପ ହେବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ନାମରେ ଓଏସଡ଼ି ପ୍ରତାପ ମହାନ୍ତି ଅତୀତର ବିଚିତ୍ରା ନନ୍ଦ ଦାସ ଭୂମିକା ନିଭାଉଛନ୍ତି ବୋଲି ଆଜି ଗଣଧାରଣାସ୍ଥଳରେ ମତ ପ୍ରକାଶ ପାଇଥିଲା। ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରରେ ପାଠ ପଢା ସ୍ଥାଣୁ ହୋଇଯାଇଛି ବିଶ୍ୱବିଦ୍ୟାଳୟ ନାମରେ ଛୋଟ ପିଲା ହଜିଯିବାକୁ ବସିଛନ୍ତି। ଏପରିକି ସ୍ନାତକ ଛାତ୍ରଛାତ୍ରୀ ଏବର୍ଷ ଏଯାଏ ପରିଚୟ ପତ୍ର ପାଇ ପାରିନାହାନ୍ତି ବିଶ୍ଵବିଦ୍ୟାଳୟର ସେକଥା ବୁଝିବାକୁ ବେଳ ନାହିଁ ବୋଲି ଅଭିଯୋଗ ଆସିଛି। ୟୁଜିସି ଧରଣୀଧର ବିଶ୍ୱବିଦ୍ୟାଳୟକୁ ଷ୍ଟେଟ ୟୁନିଭରସିଟି କହିବା ବେଳେ ଏବେ ଏହାକୁ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉନ୍ନତ ହୋଇ ଏହି ବିଶ୍ୱବିଦ୍ୟାଳୟ ହେଲା ବୋଲି କହିବା ଏକ ବେନିୟମ କାର୍ଯ୍ୟ। ସରକାର ମଧ୍ୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଲୋପ କଲା ବେଳେ ସେତେବେଳର ପୂର୍ବତନ ଛାତ୍ର ସଂଘର ତଥା ଜନ ସାଧାରଣଙ୍କ ଅନୁମତି ନେଇ ନଥିଲେ। ଆଜି ଏସବୁ ବିଷୟରେ ଗଣଧାରଣା ସ୍ଥଳରେ ବିଷଦ ଆଲୋଚନା ହୋଇଥିଲା ଅନେକ ମୂଲ୍ୟବାନ ମତାମତ ପ୍ରସ୍ତାବ ମିଳିଥିଲା। ସରକାରଙ୍କୁ ସୁରକ୍ଷା ମଞ୍ଚ ମୁଖ୍ୟମନ୍ତ୍ରୀଙ୍କ ଅଗଷ୍ଟ ୩ ତାରିଖ କେନ୍ଦୁଝର ଗସ୍ତ ପୂର୍ବରୁ ବଳିଷ୍ଠ ପଦକ୍ଷେପ ନେଇ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ପୂର୍ବାବସ୍ଥାକୁ ଫେରାଇ ଆଣି ଏଠାରେ ଅଧିକ ଅଧ୍ୟାପକ ଦେଇ ନୂତନ ପିଜି ବିଷୟ ଖୋଲିବାକୁ ଆହ୍ୱାନ ଦିଆଯାଇଛି। ସେହିପରି ସବୁ ଅବ୍ୟବସ୍ଥାର କାରଣ ବିଶ୍ଵବିଦ୍ୟାଳୟ ଓଏସଡ଼ି ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ କାର୍ଯ୍ୟକାଳ ଅଗଷ୍ଟ ୬ରେ ସରୁଛି ତେଣୁ ତାଙ୍କର କାର୍ଯ୍ୟକାଳ ଆଉ ନ ବଢେଇବାକୁ ଦାବୀ କରାଯାଇଛି। ସୁରକ୍ଷା ମଞ୍ଚ ଆଜି ଗଣଧାରଣ ବନ୍ଦ କରିଥିଲେ ମଧ୍ୟ ଜିଲ୍ଲାର ସ୍ଵାଭିମାନ ରକ୍ଷା ଲାଗି ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ରକ୍ଷା ଲାଗି ଜିଲ୍ଲା ସାରାର ସବୁ କଲେଜ ଯାଇ ପିଲାଙ୍କୁ ବୁଝାଇବା ସହ ବିଭିନ୍ନ ଅଂଚଳରେ ଏହି କଥା ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ପୁରୁଣା ବଜାରର ସୁଲେଇ ଖମାରରେ ବିଶ୍ୱବିଦ୍ୟାଳୟ କୋଠା ଓ ଜମିରେ ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ଥାୟୀ ମୁଖ୍ୟ ଦପ୍ତର ଅବିଳମ୍ବେ ଖୋଲିବାକୁ ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ନାଗରିକ କମିଟି ସହଯୋଗରେ ଶ୍ରୀ ବଳଦେବ ଜୀଉ ମନ୍ଦିର ସାମନାରେ ଗଣଧାରଣା କରିବ ବୋଲି ନିଷ୍ପତ୍ତି ଆଜି ଦୋହରାଇଛି। ତେବେ ସେଥିଲାଗି ସୁରକ୍ଷା ମଞ୍ଚ ଅଗଷ୍ଟ ୩ ଓ ୬ ତାରିଖକୁ ସତର୍କତା ସହ ଅପେକ୍ଷା କରିଛି ଧରଣୀଧର କଲେଜକୁ ମାଗଣା ଜମି ଦାନ କରିଥିବା ଲୋକଙ୍କୁ ନେଇ କଲେଜ ସମ୍ମୁଖରେ ନିଜ ପ୍ରିୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ରକ୍ଷା ଲାଗି ମଧ୍ୟ ଗଣଧାରଣା ଦେବ ବୋଲି ସୂଚନା ମିଳିଛି। ସେଥିଲାଗି ବିଭିନ୍ନ ରାଜନୈତିକ ଦଳ,ଛାତ୍ର ସଂଗଠନ, ଗଣ ସଂଗଠନ ଆଗେଇ ଆସିବାକୁ ସୁରକ୍ଷା ମଞ୍ଚର ଆବାହକ ଚକ୍ରଧର ସାହୁ ଆହ୍ୱାନ ଦେଇଛନ୍ତି।

ଆଜି ଗଣ ଧାରଣା ନ୍ୟାୟ ମଞ୍ଚରେ ସଭାର ସଂଯୋଜନା ତଥା ପରିଚାଳନା ବରିଷ୍ଠ ସଦସ୍ୟ ଭରତ ପାତ୍ର କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନିରଞ୍ଜନ ବାରିକ, ସତ୍ୟନାରାୟଣ ମିଶ୍ର,ଆଲୋକ ମିଶ୍ର, ଆଶିଷ ଚକ୍ରବର୍ତ୍ତୀ,ପ୍ରାଚୀବାଳା ସାହୁ, ସଂଗୀତା ସିଂହ, କୃଷ୍ଣଚନ୍ଦ୍ର ମହାନ୍ତି, ମାଧବ ସର୍ଦ୍ଦାର,ଡ. ବନବିହାରୀ ମିଶ୍ର, ଦିଲୀପ କୁମାର ସାହୁ, ଡ. କ୍ଷୀରୋଦ ଚନ୍ଦ୍ର ମିଶ୍ର, ନବ କିଶୋର ସାହୁ, ଲାଲ ମୋହନ ରାଉତ, ଦୀପକ ରାଜ, ସତ୍ୟଜିତ ମିଶ୍ର, ଶରତ ଚନ୍ଦ୍ର ପାତ୍ର, ରମେଶ ମହାନ୍ତ, ବାବାଜୀ ପାତ୍ର, ସୁପାଇ ମୁର୍ମୁ, ଇଂ. ପ୍ରଶାନ୍ତ ଦଳେଇ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ,ଅଧ୍ୟାପକ ରଞ୍ଜନ ପଣ୍ଡା, ପ୍ରତିଭା ମଞ୍ଜରୀ ନାୟକ, ରେବତୀ ସାହୁ, ପୂର୍ଣ୍ଣ ଦାସ, ଅଲେଖ ପାତ୍ର, ଜନାର୍ଦ୍ଦନ ନାୟକ, ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande