ହିମାଚଳ ପ୍ରଦେଶରେ ମୌସୁମୀ କହର ଜାରି, ରାମପୁରରେ ଫାଟିଲା ବାଦଲ
ଶିମଲା, 31 ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶରେ ମୌସୁମୀ ପ୍ରକୋପ ଲଗାତାର ଜାରି ଅଛି ଏବଂ ଛଅ ଅଗଷ୍ଟ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ଭାରି ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜି କୁଲ୍ଲୁ, ମଣ୍ଡି ଓ ଶିମଲା ଜିଲ୍ଲାରେ ମଧ୍ୟ ଭାରି ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି
ହିମାଚଳ ପ୍ରଦେଶରେ ମୌସୁମୀ କହର ଜାରି, ରାମପୁରରେ ଫାଟିଲା ବାଦଲ


ଶିମଲା, 31 ଜୁଲାଇ (ହି.ସ.)- ହିମାଚଳ ପ୍ରଦେଶରେ ମୌସୁମୀ ପ୍ରକୋପ ଲଗାତାର ଜାରି ଅଛି ଏବଂ ଛଅ ଅଗଷ୍ଟ ପର୍ଯ୍ୟନ୍ତ

ଅନେକ ଜିଲ୍ଲାରେ ଭାରି ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜି କୁଲ୍ଲୁ, ମଣ୍ଡି ଓ ଶିମଲା ଜିଲ୍ଲାରେ ମଧ୍ୟ ଭାରି ବର୍ଷା ପାଇଁ ୟେଲୋ ଆଲର୍ଟ

ଜାରି କରାଯାଇଛି।

ଗୁରୁବାର ସକାଳ ପର୍ଯ୍ୟନ୍ତ କାଙ୍ଗଡ଼ା ଜିଲ୍ଲା ମୁଖ୍ୟାଳୟ ଧର୍ମଶାଳାରେ ସବୁଠାରୁ ଅଧିକ 54

ମି.ମି. ବର୍ଷା ରେକର୍ଡ କରାଯାଇଛି। ମୁରାରୀ ଦେବୀରେ 52 ମି.ମି., କୋଠୀରେ 49 ମି.ମି., ଗୋହରରେ 40 ମି.ମି., ସରାହନରେ 34

ମି.ମି. ଓ ସୁନ୍ଦରନଗରରେ 30 ମି.ମି. ବର୍ଷା ରେକର୍ଡ ହୋଇଛି।

ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁସାରେ, ପ୍ରବଳ ବର୍ଷା ଓ ପ୍ରବଳ ଭୂସ୍ଖଳନର ଫଳରେ ସମ୍ପୂର୍ଣ୍ଣ ରାଜ୍ୟରେ ଗୋଟିଏ ଜାତୀୟ ରାଜପଥ ଓ 301ଟି

ସଡ଼କରେ ଯିବାଆସିବା ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। 436ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର

ଓ 254ଟି ପାନୀୟଜଳ ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି।

କେବଳ ମଣ୍ଡି ଜିଲ୍ଲାରେ ସବୁଠାରୁ ଅଧିକ 193ଟି ସଡ଼କ, ଗୋଟିଏ ଜାତୀୟ ରାଜପଥ, 81ଟି ବିଦ୍ୟୁତ୍

ଟ୍ରାନ୍ସଫର୍ମର ଓ 58ଟି ପାନୀୟଜଳ ଯୋଜନା ବନ୍ଦ ଅଛି।

କୁଲ୍ଲୁ ଜିଲ୍ଲାରେ 47ଟି ସଡ଼କ ଓ 134ଟି ଟ୍ରାନ୍ସଫର୍ମର ଖରାପ ହୋଇଛି। ଚମ୍ବାରେ 142ଟି

ଟ୍ରାନ୍ସଫର୍ମର ଓ 62ଟି ପେୟଜଳ ଯୋଜନା ଉପରେ ପ୍ରଭାବ ପଡ଼ିଛି। ଅନ୍ୟପଟେ, କାଙ୍ଗଡ଼ା ଜିଲ୍ଲାରେ 134ଟି ପେୟଜଳ ଯୋଜନା ବନ୍ଦ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande