ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ଭୋପାଲ, 31 ଜୁଲାଇ (ହି.ସ.) -ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଗୁରୁବାର ନୂଆଦିଲ୍ଲୀ ପ୍ରବାସ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କରିଛନ୍ତ
ପିଏମ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ     ସାକ୍ଷାତ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ


ଭୋପାଲ, 31 ଜୁଲାଇ (ହି.ସ.)

-ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଗୁରୁବାର ନୂଆଦିଲ୍ଲୀ ପ୍ରବାସ ସମୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହଙ୍କ ସହ

ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କଠାରୁ ମାର୍ଗଦର୍ଶନ ଗ୍ରହଣ କରିଛନ୍ତି । ଏହି ସମୟରେ ଦୁଇ ନେତା

ମଧ୍ୟପ୍ରଦେଶର ରାଜନୈତିକ ଗତିବିଧି ଓ ବିକାଶ ସହ ସଂପୃକ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ

ବିସ୍ତୃତ ଆଲୋଚନା କରିଥିଲେ। ଏହି ଭେଟଘାଟକୁ ମଧ୍ୟପ୍ରଦେଶରେ ଚାଲିଥିବା ବିକାଶ ଯୋଜନା ଓ

କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆଉ ଅଧିକ ମଜବୁତ କରିବା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି

ମନାଯାଉଛି।

ମୁଖ୍ୟମନ୍ତ୍ରୀ ଡ଼. ଯାଦବ ସୋସିଆଲ୍ ମିଡିଆ

ମାଧ୍ୟମରେ ସୂଚନା ସେୟାର କରି କହିଛନ୍ତି ଯେ, ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦୀଙ୍କୁ ଭେଟି ନିଜ ୧୮ ମାସର କାର୍ଯ୍ୟକାଳର ଉପଲବ୍ଧି ସମ୍ପର୍କରେ ଜଣାଇଛି। ସେ ‘ଐତିହ୍ୟରୁ ବିକାଶ ପଥ’

ନାମକ ପୁସ୍ତିକା ପ୍ରଧାନମନ୍ତ୍ରୀଙ୍କୁ ଉପହାର

ଦେଇଛନ୍ତି,

ଯେଉଁଥିରେ ସୁଶାସନ, ଆର୍ଥିକ ବିକାଶ,

ନାରୀ ସଶକ୍ତିକରଣ, ଜନଜାତି କଲ୍ୟାଣ ଓ ଅଧୋସଂରଚନା ଭଳି କ୍ଷେତ୍ରର ବିକାଶ ସଂପର୍କରେ ଉଲ୍ଲେଖ ଅଛି। ସେ ଦୁବାଇ

ଓ ସ୍ପେନରେ ହେଉଥିବା ନିବେଶ ଯାତ୍ରା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏବଂ

ଭବିଷ୍ୟତ ପାଇଁ ମାର୍ଗଦର୍ଶନ ଓ ସହଯୋଗର ଆଶା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ପରେ

ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ସଂସଦ ଭବନରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ

ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ଏବଂ ବୈଠକ ଦ୍ୱାରା ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନା, ସାମ୍ପ୍ରତିକ ରାଜନୈତିକ ବିଷୟ ଉପରେ ତାଙ୍କର ମାର୍ଗଦର୍ଶନ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ଡ଼. ଯାଦବ ସାକ୍ଷାତକାର ପରେ

ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ତାଙ୍କର ସରକାର ମଧ୍ୟପ୍ରଦେଶର ବିକାଶ ପାଇଁ ପ୍ରତିବଦ୍ଧ।

ସେ କହିଛନ୍ତି ଯେ,

କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କର ସହଯୋଗ

ଓ ମାର୍ଗଦର୍ଶନ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। “ଆମେ ଭାରତ ସରକାର ସହ ମିଶି ଅନେକ ଯୋଜନା ଉପରେ

କାମ କରୁଛୁ,”

ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଆଲୋଚନାରେ ରାଜ୍ୟର ଭିତ୍ତିଭୂମି ପରିଯୋଜନା, ଗ୍ରାମୀଣ ବିକାଶ ଓ ଔଦ୍ୟୋଗିକ ଅଗ୍ରଗତି ଭଳି

ବିଷୟରେ ଆଲୋଚନା ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande