ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ଆର. ମାର୍କୋସ୍
ଭାରତର ଏକ ଔପଚାରିକ ଗସ୍ତ କରିବେ। ଏହି ଗସ୍ତ 4 ଅଗଷ୍ଟରୁ 8 ଅଗଷ୍ଟ ପର୍ଯ୍ୟନ୍ତ ହେବ।
ଏହି ସମୟରେ ରାଷ୍ଟ୍ରପତି
ମାର୍କୋସ୍ ସହିତ ତାଙ୍କର ସ୍ତ୍ରୀ ଲୁଇସ ଅରାନେଟା ମାର୍କୋସ୍ ଓ ଏକ ଉଚ୍ଚସ୍ତରୀୟ
ପ୍ରତିନିଧିମଣ୍ଡଳ ମଧ୍ୟ ଭାରତକୁ ଆସିବେ। ରାଷ୍ଟ୍ରପତି ମାର୍କୋସ୍ ବେଙ୍ଗାଲୁରୁର ମଧ୍ୟ ଗସ୍ତ
କରିବେ।
ଏହି ସୂଚନା ଆଜି ବିଦେଶ
ମନ୍ତ୍ରାଳୟ ଦେଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ମାର୍କୋସଙ୍କର ଏହା ଭାରତକୁ
ପ୍ରଥମ ସରକାରୀ ଗସ୍ତ ଅଟେ।
ଏହି ଯାତ୍ରା ସମୟରେ 5
ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସଙ୍କ ମଧ୍ୟରେ
ଦ୍ୱିପକ୍ଷୀୟ ଆଲୋଚନା
ହେବ। ଏହା ସହିତ ରାଷ୍ଟ୍ରପତି ମାର୍କୋସ୍, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସହ ମଧ୍ୟ ସାକ୍ଷାତ କରିବେ। ବିଦେଶମନ୍ତ୍ରୀ ଡ଼ଃ ଏସ.
ଜୟଶଙ୍କର ମଧ୍ୟ ରାଷ୍ଟ୍ରପତି ମାର୍କୋସଙ୍କ ସହିତ ଭେଟିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା