ଛଅଟି ଭାରତୀୟ କଂପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା, ଇରାନଠାରୁ ପେଟ୍ରୋ ପ୍ରଡକ୍ଟସ କିଣୁଥିବା ଅଭିଯୋଗ
ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)-ଆମେରିକା ଇରାନ ସହିତ ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ ଉତ୍ପାଦନର ବ୍ୟାପାର କରିବା ଅଭିଯୋଗରେ ଭାରତର 6ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଏହି ପ୍ରତିବନ୍ଧକର ସାମ୍ନା କରୁଥିବା ଏହି 6ଟି ଭାରତୀୟ କମ୍ପାନୀ ସହିତ ସାରା ବିଶ୍ୱର 20ଟି
ଛଅଟି ଭାରତୀୟ କଂପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା, ଇରାନଠାରୁ ପେଟ୍ରୋ     ପ୍ରଡକ୍ଟସ କିଣୁଥିବା ଅଭିଯୋଗ


ନୂଆଦିଲ୍ଲୀ, 31 ଜୁଲାଇ (ହି.ସ.)-ଆମେରିକା ଇରାନ ସହିତ ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ୍ ଉତ୍ପାଦନର

ବ୍ୟାପାର କରିବା ଅଭିଯୋଗରେ ଭାରତର 6ଟି କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଏହି ପ୍ରତିବନ୍ଧକର

ସାମ୍ନା କରୁଥିବା ଏହି 6ଟି ଭାରତୀୟ କମ୍ପାନୀ ସହିତ ସାରା ବିଶ୍ୱର 20ଟି କମ୍ପାନୀ ମଧ୍ୟ ସାମିଲ ରହିଛି।

ଏହି ପଦକ୍ଷେପକୁ ଇରାନ ଉପରେ ଚାପ ବଢ଼ାଇବା ଚେଷ୍ଟା ଭାବରେ ଦେଖାଯାଉଛି।

ଆମେରିକାର ବୈଦେଶିକ ବିଭାଗ ପ୍ରତିବନ୍ଧକର ଘୋଷଣା କରିବା ବେଳେ କହିଛି ଯେ ଭାରତର 6ଟି

କମ୍ପାନୀ ସହିତ ବିଶ୍ୱର ଅନ୍ୟାନ୍ୟ 20ଟି କମ୍ପାନୀ ଜାଣିଶୁଣି ଆମେରିକୀୟ ପ୍ରତିବନ୍ଧକକୁ

ଉଲ୍ଲଂଘନ କରି ଇରାନ ଠାରୁ ପେଟ୍ରୋଲିୟମ ଉତ୍ପାଦନ କିଣିଛନ୍ତି।

ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ସ ଲିମିଟେଡ୍, ରମଣୀକଲାଲ୍ ଏସ୍. ଗୋସାଲିଆ ଏଣ୍ଡ

କମ୍ପାନୀ, ପରସିଷ୍ଟେଣ୍ଟ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍, ଅଲ୍କେମିକାଲ୍ ସଲ୍ୟୁସନ୍ସ

ପ୍ରାଇଭେଟ୍ ଲିମିଟେଡ୍, ଜୁପିଟର ଡାଇକେମ୍ ପ୍ରାଇଭେଟ୍ ଲିମିଟେଡ୍, କଞ୍ଚନ ପଲିମର୍ସ ଉପରେ କଟକଣା

ଲଗାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande