ନୂଆଦିଲ୍ଲୀ, ୪ ଜୁଲାଇ (ହି.ସ.)- କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଗତ ୧୦ ବର୍ଷରେ ଦେଶରେ ଆୟକର ରିଟର୍ଣ୍ଣ (ଆଇଟିଆର) ଫାଇଲଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧିକୁ ଭାରତର ସୁଦୃଢ଼ ଅର୍ଥନୀତିର ପ୍ରତୀକ ବୋଲି କହିଛନ୍ତି ।
ପୁରୀ ଶୁକ୍ରବାର ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ୨୦୧୩-୧୪ ଆର୍ôଥକ ବର୍ଷରେ ୩.୬ କୋଟି ଲୋକ ଆଇଟିଆର୍ ଫାଇଲ୍ କରିଥିଲେ, ୨୦୨୪-୨୫ ଆର୍ôଥକ ବର୍ଷରେ ଏହି ସଂଖ୍ୟା ୮.୫ କୋଟିକୁ ବୃଦ୍ଧି ପାଇଛି । ସେ ଏହି ବୃଦ୍ଧିକୁ ପ୍ରଶଂସା କରି କହିଛନ୍ତି ଯେ, ବର୍ତମାନ ପ୍ରାୟ ୯୫ ପ୍ରତିଶତ ଆଇଟିଆର୍ ୩୦ ଦିନ ମଧ୍ୟରେ ପ୍ରକ୍ରିୟାକରଣ କରାଯାଉଛି, ଯାହା କରଦାତାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଏ । ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ, ଏହି ଧାରା ଦେଶର ପରିବର୍ତିତ ଚିନ୍ତାଧାରା ଏବଂ ବର୍ଦ୍ଧିତ ସଚ୍ଚୋଟତାକୁ ପ୍ରତିଫଳିତ କରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ