ନୂଆଦିଲ୍ଲୀ, ୪ ଜୁଲାଇ (ହି.ସ.)- ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଡୁରାଣ୍ଡ କପ୍ ଟୁର୍ଣ୍ଣାମେଂଟ -୨୦୨୫ ର ଟ୍ରଫି ଉନ୍ମୋଚନ ଏବଂ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ଏକ ସଂକ୍ଷିପ୍ତ ଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, କ୍ରୀଡ଼ା ଶୃଙ୍ଖଳା, ଦୃଢ଼ ସଂକଳ୍ପ ଏବଂ ଦଳଗତ ମନୋଭାବକୁ ପ୍ରୋତ୍ସାହିତ କରେ । କ୍ରୀଡ଼ାରେ ଲୋକ, ଅଂଚଳ ଏବଂ ଦେଶକୁ ଯୋଡ଼ିବାର ଅନନ୍ୟ ଶକ୍ତି ରହିଛି । ଭାରତରେ କ୍ରୀଡ଼ା ଜାତୀୟ ଏକତାର ଏକ ଶକ୍ତିଶାଳୀ ମାଧ୍ୟମ ହୋଇଛି । ଯେତେବେଳେ ଅଲିମ୍ପିକ୍ସ କିମ୍ବା କୌଣସି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ଉଡ଼େ, ସମସ୍ତ ନାଗରିକ ଉତ୍ସାହିତ ହୋଇଯାଆନ୍ତି ।
ରାଷ୍ଟ୍ରପତି ଫୁଟବଲ୍ ପ୍ରତି ଦେଶବାସୀଙ୍କର ବିଶେଷ ଆସକ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ, ଏହି ଖେଳ କେବଳ ମନୋରଞ୍ଜନ ନୁହେଁ ବରଂ ଉତ୍ସାହ । ଫୁଟବଲ୍ ଖେଳ ରଣନୀତି, ଧୈର୍ଯ୍ୟ ଏବଂ ସାମୂହିକ ପ୍ରୟାସର ପ୍ରତୀକ । ଡୁରାଣ୍ଡ କପ୍ ଭଳି କାର୍ଯ୍ୟକ୍ରମ କେବଳ ଯେ, କ୍ରୀଡ଼ା ମନୋଭାବକୁ ଉତ୍ସାହିତ କରେ ତାହାନୁହେଁ, ବରଂ ଫୁଟବଲ୍ ଖେଳାଳିଙ୍କ ପରବର୍ତୀ ପିଢ଼ିକୁ ବିକଶିତ କରିବାରେ ସାହାଯ୍ୟ କରେ । ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ଏକ ମଂଚ ପ୍ରଦାନ କରେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ