ଉତ୍ତରାଖଣ୍ଡରେ ଅତିବୃଷ୍ଟି ସ୍ଥିତିର ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରରୁ ଯଥାସମ୍ଭବ ସହାୟତା ଆଶ୍ୱାସନା
ଡେରାଡୁନ, 4 ଜୁଲାଇ (ହି.ସ.)- ଉତ୍ତରାଖଣ୍ଡରେ ଲାଗାତାର ପ୍ରବଳ ବର୍ଷା ଏବଂ ଭୁସ୍ଖଳନ ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଫୋନ୍ କରି ରାଜ୍ୟର ସଂବେଦନଶୀଳ ଅଞ୍ଚଳଗୁଡ଼ିକର ପରିସ୍ଥିତି ବିଷୟରେ ତଥ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କୁ ବର୍ତ୍ତମାନ ସ୍ଥିତି
ଅମିତ ଶାହ


ଡେରାଡୁନ, 4 ଜୁଲାଇ (ହି.ସ.)- ଉତ୍ତରାଖଣ୍ଡରେ ଲାଗାତାର ପ୍ରବଳ ବର୍ଷା ଏବଂ ଭୁସ୍ଖଳନ ମଧ୍ୟରେ କେନ୍ଦ୍ରୀୟ

ଗୃହମନ୍ତ୍ରୀ ଅମିତ ଶାହ ଫୋନ୍ କରି ରାଜ୍ୟର ସଂବେଦନଶୀଳ ଅଞ୍ଚଳଗୁଡ଼ିକର ପରିସ୍ଥିତି ବିଷୟରେ

ତଥ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ତାଙ୍କୁ ବର୍ତ୍ତମାନ ସ୍ଥିତି ଏବଂ ରେସକ୍ୟୁ

କାର୍ଯ୍ୟ ବିଷୟରେ ଅବଗତ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ ଧାମୀ

କହିଛନ୍ତି ଯେ, କେନ୍ଦ୍ର

ଗୃହମନ୍ତ୍ରୀ ଚାରିଧାମ ଯାତ୍ରାକୁ କୌଣସି ପ୍ରଭାବ ପକାଇବାକୁ ନ ଦେବା ପାଇଁ ନିର୍ଦେଶ ଦେଇଛନ୍ତି।

ଏନଡିଆରଏଫ, ଆଇଟିବିପିକୁ ତତ୍ପରତାର ସହ ନିଯୁକ୍ତ କରାଯାଉଛି, ଯାହା ଦ୍ୱାରା

ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ।

ରାଜ୍ୟର ଅନ୍ୟ ସମ୍ବେଦନଶୀଳ

ଜିଲ୍ଲାଗୁଡ଼ିକୁ ମଧ୍ୟ ଲକ୍ଷ୍ୟରେ ରଖି ନିରୀକ୍ଷଣ ଓ ଯଥା ସମ୍ଭବ ସହଯୋଗ ଉପଲବ୍ଧ କରାଯିବ ବୋଲି

ସେ ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଧାମୀ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ସମ୍ବେଦନଶୀଳ,

ସକ୍ରିୟ ଓ ସହୃଦୟ ନେତୃତ୍ୱ ପାଇଁ ଧନ୍ୟବାଦ ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande