ନୂଆଦିଲ୍ଲୀ, 4 ଜୁଲାଇ (ହି.ସ.)- ଅପରେସନ୍
ସିନ୍ଦୂର'
ସମୟରେ ପାକିସ୍ତାନ ସହିତ ହୋଇଥିବା ଆକାଶ ସଂଘର୍ଷରେ ଭାରତୀୟ ସେନା
ଯେଉଁ ଅନୁଭବ ହାସଲ କରିଛି, ତାହାର ବିଭିନ୍ନ ଭାବରେ ବିଶ୍ଳେଷଣ ହେଉଛି। ସେନା ଅଧିକାରୀମାନେ ସଂଘର୍ଷ ସମୟର ଅନୁଭବ
ଅନୁସାରେ ଆଗାମୀ କୌଶଳ ନିର୍ଣ୍ଣୟ କରିବାକୁ ଗୁରୁତ୍ୱ ଦେଉଛନ୍ତି। ଏହିପରି ପରିସ୍ଥିତିରେ ସେନାର
ଉପପ୍ରମୁଖ (କ୍ଷମତା ବିକାଶ ଓ ସଂରକ୍ଷଣ) ଲେଫ୍ଟିନେଣ୍ଟ ଜେନେରାଲ୍ ରାହୁଲ ଆର୍ ସିଂହ ଶୁକ୍ରବାର
ପ୍ରଥମ ଥର ପାଇଁ ଏହ ମାନିଛନ୍ତି ଯେ, ଏହି ସଂଘର୍ଷରେ ପାକିସ୍ତାନ ସହିତ ସହ ସମ୍ମୁଖୀନ ହେବାକୁ ହେଉଥିବା
ଶତ୍ରୁ ମଧ୍ୟରେ ତିନୋଟି ଦେଶ ଥିଲେ। ସେ କହିଛନ୍ତି ଯେ, ପାକିସ୍ତାନ ସାମ୍ନାରେ ଥିଲା, କିନ୍ତୁ ତାହାର ପଛରେ ଚୀନ୍ ଓ ତୁର୍କି ମଧ୍ୟ ଥିଲେ।
ଲେଫ୍ଟିନେଣ୍ଟ ଜେନେରାଲ୍
ରାହୁଲ ଆଜି ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଦ୍ୱାରା
ଆୟୋଜିତ 'ନୂତନ ଯୁଗର ସେନା ପ୍ରଯୁକ୍ତି' ବିଷୟରେ ହୋଇଥିବା ଏକ ଗୋଷ୍ଠୀକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି
ଯେ,
ସମଗ୍ର ଅଭିଯାନ ସମୟରେ ବାୟୁ ସୁରକ୍ଷା ଓ ତାହାର ସଂଚାଳନ କିପରି
କରାଗଲା,
ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା। ଆମ ପାଖରେ ଗୋଟିଏ ସୀମା ଥିଲା
ଓ ଦୁଇ ବିରୋଧୀ ଥିଲେ, ବାସ୍ତବରେ ତିନି ପ୍ରତିପକ୍ଷ ଥିଲେ। ପାକିସ୍ତାନ ସାମ୍ନାରେ ଥିଲା। ଚୀନ୍ ସମ୍ଭବ ସମସ୍ତ ପ୍ରକାରର
ସହଯୋଗ ଦେଉଥିଲା। ପାକିସ୍ତାନ ପାଖରେ 81 ପ୍ରତିଶତ ସେନା ହାର୍ଡୱେର୍ ଚୀନୀ ଅଟେ ।
ସେ ଏହା ମଧ୍ୟ କହିଛନ୍ତି
ଯେ,
ଚୀନ୍ ନିଜ ଅସ୍ତ୍ରଶସ୍ତ୍ରର ପରୀକ୍ଷା ଅନ୍ୟ ଅସ୍ତ୍ରଶସ୍ତ୍ର
ବିରୁଦ୍ଧରୋ କରିବାରେ ସମର୍ଥ, ଏଥିପାଇଁ ଏହି ସଂଘର୍ଷ ତାଙ୍କ ପାଇଁ ଏକ ଜୀବନ୍ତ ପ୍ରୟୋଗଶାଳା ପରି ଥିଲା । ତୁର୍କି ମଧ୍ୟ
ପାକିସ୍ତାନକୁ ତାର ଡ୍ରୋନ୍ ଦ୍ୱାରା ସହଯୋଗ ଦେଇ, ସେଗୁଡ଼ିକୁ ବ୍ୟବହାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା
ନିଭାଇଥିଲା। ଯେତବେଳେ ଡିଜିଏମଓସ୍ତରର ବାର୍ତ୍ତାଳାପ ଚାଲିଥିଲା, ସେତବେଳେ ଚୀନ୍ ପାକିସ୍ତାନକୁ ଆମର ଗୁରୁତ୍ୱପୂର୍ଣ୍ଣ ୱେକ୍ଟର ବିଷୟରେ
ଲାଇଭ୍ ଅପଡେଟ୍ ଦେଉଥିଲା। ସେ ତିନି ଦିନ ଚାଲିଥିବା ସଂଘର୍ଷ ସମୟରେ ମିଳିଥିବା ଅନୁଭବ ଆଧାରରେ
ଏକ ଶକ୍ତିଶାଳୀ ବାୟୁ ସୁରକ୍ଷା ପ୍ରଣାଳୀର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା