ମାତ୍ର 20 ଟଙ୍କାରେ ଗରିବଙ୍କ ଚିକିତ୍ସା କରୁଥିବା ପଦ୍ମଶ୍ରୀ ଡ.ଏମସି ଡାବରଙ୍କ ବିୟୋଗ
ଜବଲପୁର, 4 ଜୁଲାଇ (ହି.ସ.) - ମଧ୍ୟପ୍ରଦେଶର ଜବଲପୁରରେ ଗରିବ ରୋଗୀମାନଙ୍କ ପାଇଁ କେବଳ ୨୦ ଟଙ୍କାରେ ଚିକିତ୍ସା କରୁଥିବା ପଦ୍ମଶ୍ରୀ ଡା. ଏମ. ସି. ଡାବରଙ୍କ ଦେହାନ୍ତ ଘଟିଛି। ଜବଲପୁର କଲେକ୍ଟର ଦୀପକ ସକ୍ସେନା ଶୁକ୍ରବାର ସକାଳେ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ
ମାତ୍ର 20 ଟଙ୍କାରେ ଗରିବଙ୍କ ଚିକିତ୍ସା କରୁଥିବା ପଦ୍ମଶ୍ରୀ ଡ.ଏମସି     ଡାବରଙ୍କ ବିୟୋଗ


ଜବଲପୁର, 4 ଜୁଲାଇ (ହି.ସ.)

- ମଧ୍ୟପ୍ରଦେଶର ଜବଲପୁରରେ ଗରିବ ରୋଗୀମାନଙ୍କ ପାଇଁ କେବଳ ୨୦

ଟଙ୍କାରେ ଚିକିତ୍ସା କରୁଥିବା ପଦ୍ମଶ୍ରୀ ଡା. ଏମ. ସି. ଡାବରଙ୍କ ଦେହାନ୍ତ ଘଟିଛି। ଜବଲପୁର

କଲେକ୍ଟର ଦୀପକ ସକ୍ସେନା ଶୁକ୍ରବାର ସକାଳେ ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି

। ସେ ଏକ୍ସ ଉପରେ ଲେଖିଛନ୍ତି ଯେ, ଜବଲପୁରର ପ୍ରସିଦ୍ଧ

ଚିକିତ୍ସକ, ପଦ୍ମଶ୍ରୀ ଡା. ମୁନିଶ୍ୱର ଚନ୍ଦ୍ର ଡାବରଙ୍କର ସକାଳ ୯.୩୦ ରେ ଦେହାନ୍ତ

ଘଟିଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ବାସଭବନରେ ଚିକିତ୍ସା

ଚାଲୁଥିଲା, ଯେଉଁଠାରେ ସେ ସକାଳ ୪ଟା ସମୟରେ ୮୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

କରିଛନ୍ତି।

ତାଙ୍କ ଜୀବନର ବଡ଼ ଅଂଶ ଗରିବ ଓ ଆବଶ୍ୟକ ଲୋକମାନଙ୍କ ପାଇଁ ନିଷ୍କାମ

ସେବାରେ ବ୍ୟତୀତ କରିଥିବା ଡା. ଏମ. ସି. ଡାବରଙ୍କୁ ତାଙ୍କ ଉତ୍କୃଷ୍ଟ ଚିକିତ୍ସା ସେବା ଅବଦାନ

ପାଇଁ ଭାରତ ସରକାର 2023 ମସିହାରେ ପଦ୍ମଶ୍ରୀ ସମ୍ମାନରେ ବିଭୁଷିତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande