ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଓ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡିଲେ l
ଖୋର୍ଦ୍ଧା, , 5 ଜୁଲାଇ (ହି.ସ.) ଶନିବାର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି, ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଯାଇଅଛି l ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ମାଉସୀ ମା ମନ୍ଦିରରେ ଆଜି ପ୍ରତ୍ୟୁଷରୁ ନିର୍ଦ୍ଧାରିତ ରୀତି ନୀତି
ବାହୁଡ଼ା


ଖୋର୍ଦ୍ଧା, , 5 ଜୁଲାଇ (ହି.ସ.) ଶନିବାର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଏବଂ ଗଡ ଖୋର୍ଦ୍ଧା ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ଶାନ୍ତି, ଶୃଙ୍ଖଳା ସହ ସମ୍ପନ୍ନ ହୋଇ ଯାଇଅଛି l ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ ଙ୍କ ମାଉସୀ ମା ମନ୍ଦିରରେ ଆଜି ପ୍ରତ୍ୟୁଷରୁ ନିର୍ଦ୍ଧାରିତ ରୀତି ନୀତି ପାଳନ କରାଯିବା ସହ ପ୍ରବର୍ତନ ସାଂସଦ ପ୍ରସନ୍ନ ପାଟ୍ଟସାଣି ଛେରା ପହଁରା କଲାପରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ବିଜେ, ମା ସୁଭଦ୍ରା ଓ ହଳାୟୁଧ ତଥା ଶ୍ରୀ ଶ୍ରୀ ବଳଭଦ୍ର ରଥାରୂଢ଼ ହୋଇଥିଲେ l ପରେ ଅପରାହ୍ନ ସାଢେ଼ ଚାରି ଘଣ୍ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା l ଭକ୍ତ ଶ୍ରଦ୍ଧାଳୁ ଉଭୟ ପୁରୁଷ ଓ ମହିଳା ମାନେ ଆନନ୍ଦ ଉଲ୍ଲାସ ମଧ୍ୟରେ ହରିବୋଲ ହୁଳହୁଳି ଦେଇ ରଥ ଟାଣି ନେଇଥିଲେ ଯାଗୁଳେଇ ପାଟଣା ମନ୍ଦିର ପରିଚାଳନା କମିଟି ଓ ମାଜଗେଶ୍ୱରୀ ଯୁବକ ସଂଘ ର ଦିଲ୍ଲୀପ ପ୍ରଧାନ, ଜଗନ୍ନାଥ ପାଲଟା ସିଂହ, କୃପାସିନ୍ଧୁ ପାଲଟା ସିଂହ , ବୈକୁଣ୍ଠ ମହାପାତ୍ର, ଗଣେଶ୍ୱର ପ୍ରଧାନ, ବଂଶୀଧର ପାଲଟା ସିଂହ, କାର୍ତିକେଶ୍ୱର ପ୍ରଧାନ ଓ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଯୋଗଦେଇଥିଲେ.ଉପଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି କିଶୋର କୁମାର ପଣ୍ଡା ଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା l ସେହିପରି ଗଡଖୋର୍ଦ୍ଧା ଠାରେ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ମଧ୍ୟ ନିର୍ଦ୍ଧାରିତ ରିତିକାନ୍ତି ଅନୁଯାୟୀ ସମ୍ପନ୍ନ ହୋଇଥିଲା l ଅଜିତ୍ କୁମାର ପଟ୍ଟନାୟକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ l ବିନୋଦ କୁମାର ପଟ୍ଟନାୟକ ଓ ତାଙ୍କ ସାଥୀ ପହଣ୍ଡି ବିଜେ କରାଇଥିଲେ l ପୂଜକ ଅକ୍ଷୟ ମହାପାତ୍ର ଓ ଅରୂପା ମହାପାତ୍ର, ପରିଚାଳନ କମିଟି ର ଶ୍ରୀ ରମାକାନ୍ତ ପାଟ୍ଟଯୋଶୀ ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ଙ୍କ ସେବା ସହଯୋଗ ଓ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ କିଶୋର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶରେ ଉଭୟ ସ୍ଥାନରେ ପାନୀୟ ଜଳ, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା, ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସେବା ଯୋଗାଇ ଦିଆଯାଇଥିଲା l ଏହି ପାରମ୍ପାରିକ ବାହୁଡା଼ ଯାତ୍ରା ରେ ବହୁ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ, ଜନ ପ୍ରତିନିଧି, ବୁଦ୍ଧିଜୀବୀ, ସହର ର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ବିଭୁ କୃପା ଲାଭ କରିଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande