ଭୁବନେଶ୍ୱର, 05 ଜୁଲାଇ (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦିନ ଦାମନଯୋଡି ସ୍ଥିତ ମା' କଣ୍ଟାବାଉଁଶୁଣିଙ୍କ ଦର୍ଶନ କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, ବାହୁଡ଼ା ଯାତ୍ରାର ଶୁଭ ଅବସରରେ କୋରାପୁଟ ଦାମନଯୋଡି ସ୍ଥିତ ମା' କଣ୍ଟାବାଉଁଶୁଣିଙ୍କ ଦର୍ଶନ କରିବାର ସୌଭାଗ୍ଯ ଲାଭ କଲି । ମା' ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ମା'ଙ୍କ ନିକଟରେ ଜଗତର ମଙ୍ଗଳ କାମନା କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ