ନୂଆଦିଲ୍ଲୀ, 5 ଜୁଲାଇ (ହି.ସ.)
- ପଳାତକ ହୀରା ବ୍ୟବସାୟୀ
ନୀରବ୍ ମୋଦିର ଛୋଟ ଭାଇ ନେହଲ୍ ମୋଦିକୁ ଆମେରିକାରେ ଗିରଫ କରାଯାଇଛି। ପ୍ରବର୍ତ୍ତନ
ନିର୍ଦ୍ଦେଶାଳୟଓ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋତାଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିଲେ। ଏହି ଅନୁରୋଧ ପରେ ନେହଲ୍
ମୋଦିକୁ ଆମେରିକାରେ ଗିରଫ କରାଯାଇଛି। ନେହଲ୍ ମୋଦି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ
ମାମଲାରେ ଅପରାଧୀ।
ୟୁନାଇଟେଡ୍ ଷ୍ଟେଟ୍ସ
ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ ପଳାତକ ହୀରା ବ୍ୟବସାୟୀ
ନୀରବ୍ ମୋଦିର ଭାଇ ନେହଲ୍ ମୋଦିକୁ 4 ଜୁଲାଇ ତାରିଖରେ ଆମେରିକୀୟ କାର୍ଯ୍ୟାଳୟର ଅଧିକାରୀମାନେ
ଗିରଫ କରିଥିଲେ। ଆମେରିକୀୟ ନ୍ୟାୟ ବିଭାଗ ତାଙ୍କର ଗିରଫର ସ୍ୱୀକୃତି ଦେଇଛି। ନେହଲ୍ ମୋଦି ଉପରେ
ନ୍ୟୁୟର୍କରେ 2.6 ମିଲିଅନ୍ ଡଲାରରୁ ଅଧିକ ଠକେଇ କରିଥିବା ଅଭିଯୋଗ ଅଛି। ତାଙ୍କର ପ୍ରତ୍ୟାର୍ପଣ
କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ଅଗ୍ରଗତି ପାଇଁ ଆଗାମୀ ଶୁଣାଣିର ତାରିଖ 17 ଜୁଲାଇ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା