ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ
ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ଶ୍ରୀ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ତଥା ଶ୍ରୀ ଜଗନ୍ନାଥ ଧାମର ଉନ୍ନତି ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ଯୋଗାଇବା ପାଇ
ଶ୍ରୀକ୍ଷେତ୍ର ପୁରୀରେ ପ୍ରତିଷ୍ଠା     ହେବ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ


ଭୁବନେଶ୍ୱର, 5 ଜୁଲାଇ (ହି.ସ.)- ଶ୍ରୀ ଜଗନ୍ନାଥ

ସଂସ୍କୃତିର ସୁରକ୍ଷା ତଥା ଶ୍ରୀ ଜଗନ୍ନାଥ ଧାମର ଉନ୍ନତି ପାଇଁ ପ୍ରତିବଦ୍ଧ ରାଜ୍ୟ ସରକାର। କ୍ରମବର୍ଦ୍ଧିଷ୍ଣୁ

ଜନସଂଖ୍ୟା ସହିତ ବର୍ଷସାରା ସହରକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା

ଯୋଗାଇବା ପାଇଁ ପୁରୀ ପୌରପାଳିକାକୁ ମହାନଗର ନିଗମରେ ପରିଣତ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀ ।

ଓଡ଼ିଆ ଅସ୍ମିତାର ସୁରକ୍ଷା

ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ର ପୁରୀରେ

ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ଏହା ସହ ଶ୍ରୀଜଗନ୍ନାଥ ସଂସ୍କୃତି

ଉପରେ ଗବେଷଣା କରିବା ପାଇଁ ଗବେଷଣା କେନ୍ଦ୍ର,ଗ୍ରନ୍ଥାଗାର,ଅତ୍ୟାଧୁନିକ ଅଡିଟୋରିୟମ ଏବଂ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ପ୍ରତିଷ୍ଠା ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande