ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉ ଲାଲ ବୈଷ୍ଣବଙ୍କ ଯୋଧପୁରରେ ପରଲୋକ
ନୂଆଦିଲ୍ଲୀ, ୮ ଜୁଲାଇ (ହି.ସ.)- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉ ଲାଲ ବୈଷ୍ଣବଙ୍କର ମଙ୍ଗଳବାର ୮୧ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଯୋଧପୁର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଥିଲେ । ଯୋଧପୁର ଏମ୍ସ ଏକ ବିବୃତିରେ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉ ଲାଲ ବୈଷ୍ଣବଙ୍କ ଯୋଧପୁରରେ ପରଲୋକ


ନୂଆଦିଲ୍ଲୀ, ୮ ଜୁଲାଇ (ହି.ସ.)- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉ ଲାଲ ବୈଷ୍ଣବଙ୍କର ମଙ୍ଗଳବାର ୮୧ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ଯୋଧପୁର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଥିଲେ ।

ଯୋଧପୁର ଏମ୍ସ ଏକ ବିବୃତିରେ କହିଛି ଯେ, ତାଙ୍କର ପୂର୍ବାହ୍ନ ପ୍ରାୟ ୧୧ଟା ୫୨ ରେ ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥ ଥିଲେ ଏବଂ ଏମ୍ସରେ ଚିକିତ୍ସାଧୀନ ଥିଲେ । ଡାକ୍ତରୀ ଦଳର ସମସ୍ତ ପ୍ରୟାସ ସତ୍ୱେ ତାଙ୍କୁ ବଂଚାଯାଇପାରିଲା ନାହିଁ ।

ପିତାଙ୍କ ଗୁରୁତର ଅବସ୍ଥା ବିଷୟରେ ସୂଚନା ପାଇବା କ୍ଷଣି ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଦିଲ୍ଲୀରୁ ଯୋଧପୁର ଅଭିମୁଖେ ଯାତ୍ରା କରିଥିଲେ ଏବଂ ସକାଳ ୧୦ଟା ୩୦ ରେ ବିମାନ ଯୋଗେ ସେଠାରେ ପହଂଚିଥିଲେ । ବିମାନବନ୍ଦରରୁ ସେ ସିଧା ତାଙ୍କ ବାସଭବନରେ ପହଂଚି ଥିଲେ, ଯେଉଁଠାରେ ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବରୁ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande