ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ଅଶ୍ୱିନୀ
ବୈଷ୍ଣବଙ୍କ ପିତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର
ମନ୍ତ୍ରିମଣ୍ଡଳରେ ମୋର ସାଥୀ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୂଜ୍ୟ ପିତା ଶ୍ରୀ ଦାଓ
ଲାଲ ବୈଷ୍ଣବଙ୍କ ବିୟୋଗର ଦୁଃଖଦ ଖବର ମିଳିଲା ।
ଭଗବାନ ଦିବଂଗତ ଆତ୍ମାକୁ
ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ଅଶ୍ୱିନୀଜୀ ତଥା ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ
ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା