ସମ୍ବିଧାନ ବଂଚାଅ ସମାବେଶ ସଫଳ ପାଇଁ କିଷାନ କଂଗ୍ରେସର ପ୍ରସ୍ତୁତି
ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ମହିଳାଙ୍କୁ ନ୍ୟାୟ, ଚାଷୀନ୍ୟାୟ, ସମ୍ବିଧାନ ବଂଚାଅ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଆସନ୍ତା ଜୁଲାଇ ୧୧ ତାରିଖ ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ସମ୍ବିଧାନ ବଂଚାଅ ସମା
ସମ୍ବିଧାନ ବଂଚାଅ ସମାବେଶ ସଫଳ ପାଇଁ କିଷାନ କଂଗ୍ରେସର ପ୍ରସ୍ତୁତି


ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.) - ମହିଳାଙ୍କୁ ନ୍ୟାୟ, ଚାଷୀନ୍ୟାୟ, ସମ୍ବିଧାନ ବଂଚାଅ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ଆସନ୍ତା ଜୁଲାଇ ୧୧ ତାରିଖ ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ସମ୍ବିଧାନ ବଂଚାଅ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେବେ। ଏହି ସମାବେଶକୁ ସଫଳ କରିବା ପାଇଁ ଓଡ଼ିଶାର କଂଗ୍ରେସ ପ୍ରେମୀ ସମସ୍ତ ଚାଷୀ ଭାଇ ଭଉଣୀ, କୃଷି ଶ୍ରମିକ ବିପୁଳ ସଂଖ୍ୟାରେ ଯୋଗଦେବାକୁ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସ ଜାତୀୟ ସଂଯୋଜକ ତଥା ପିସିସି କିଷାନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସହିତ ଚାଷୀନେତା ପି. ଦେବେନ୍ଦ୍ର କୁମାର ରାଓ, ସନରାଜ ଗଣ୍ଡ, ସାନନ୍ଦ ମିଶ୍ର, ଉମେଶ ସାହୁ, ଗୁଣ ନିଧି ସାହୁ ପ୍ରମୁଖ ବିଭିନ୍ନ ଜିଲ୍ଲାର ଚାଷୀନେତାମାନେ ସେମାନଙ୍କ ଅଞ୍ଚଳରେ ପ୍ରସ୍ତୁତି ହେବା ସହିତ ସମାବେଶକୁ ସଫଳ କରିବା ପାଇଁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande